www.samajalive.in
Sunday, December 7, 2025
16.1 C
Bhubaneswar

ଲଘୁଚାପ ବର୍ଷା, ଚାଷୀ ମନରେ ଖୁସି ଭରିଛି

ବାଙ୍କୀ:ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ। ଉଭୟ ବାଙ୍କୀ ବ୍ଲକର ୨୦ପଞ୍ଚାୟତ ଓ ଡମପଡା ବ୍ଲକର ୧୭ପଞ୍ଚାୟତ ସହିତ ବାଙ୍କୀ ଏନଏସିର ୧୭ଟି ଓାର୍ଡରେ ଖରିଫ ଓ ରବି ଋତୁରେ ବହୁ ଧାନ ଚାଷ କରାଯାଇଥାଏ। ଧାନ ଚାଷ ପାଇଁ ଜଳର ଆବଶ୍ୟକତା ଅଧିକ। ଖରିଫ ଋତୁରେ ଧାନ ଚାଷ ପାଇଁ ଚଳିତ ବର୍ଷ ଅନିୟମିତ ବର୍ଷା ଓ ବିଳମ୍ବରେ ବର୍ଷା ନେଇ ରଜ ପରବର୍ତ୍ତୀ ସମୟରେ ଚାଷୀ ଚାଷ ନେଇ ହତାସ ହୋଇଥିଲେ। ଚଳିତ ମାସରେ ୬ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ପ୍ରାୟ ଲଗାଣ ଲଘୁଚାପ ବର୍ଷା ଚାଷୀ ମନରେ ଖୁସି ଭରିଛି।

ପୂର୍ବରୁ ବୁଣାବୁଣି ସାରି ବର୍ଷା ଅଭାବରୁ ଗଜା ମରୁଡି ଆଶଙ୍କାରେ ଥିବା ଚାଷୀ ଲଘୁଚାପ ବର୍ଷାରେ କ୍ଷେତରେ ପାଣି ଲାଗିବା ଓ ଢିପ ଜମିରେ ଧାନ ଶତକଡା ୧୦୦ଭାଗ ଗଜାହୋଇ ଚାରିଆଙ୍ଗୁଳର ଧାନ ଗଛ ଉଠିବା ଦେଖି ଚାଷୀ ଖୁସି ମନାଇଛି।
କୃଷି ବିଭାଗର ସୂଚନା ଅନୁଯାୟୀ ଡମପଡା ବ୍ଲକରେ ୭ହଜାର ୩୦୦ହେକ୍ଟର ଓ ବାଙ୍କୀ ବ୍ଲକରେ ୭ହଜାର ହେକ୍ଟର କରି ମୋଟ ୧୪ହଜାର ୩୦୦ହେକ୍ଟର ଧାନ ଚାଷ ପାଇଁ ଜମୀ ଉପଯୋଗୀ ରହିଛି। ଡମପଡା ବ୍ଲକରେ ପ୍ରାୟ ୨୫୦୦ହେକ୍ଟର ଧାନ ବୁଣାବୁଣି ସରିଥିଲା ବେଳେ ରୁଆପୋତା ପାଇଁ ପ୍ରାୟ ୪ହଜାର ୮୦୦ହେକ୍ଟର ଜମିକୁ କାଦୁଆ କରାଯାଇ ଋଆପୋତା କରାଯିବ। ସେହିପରି ବାଙ୍କୀ ବ୍ଲକରେ ୩୦୦ହେକ୍ଟର ଜମିରେ ବୁଣାବୁଣି କାର୍ଯ୍ୟ ସରିଥିଲା ବେଳେ ପ୍ରାୟ ୪ହଜାର ହେକ୍ଟର ଜମିରେ ବର୍ଷା ପରେ କାଦୁଅ ଚାଷ କରାଯାଇ ପ୍ରସ୍ତୁତ ଥିବା ତଳି ରୁଆଯାଇ ଧାନ ଚାଷ କରାଯିବ।

- Advertisement -

୭ଦିନ ମଧ୍ୟରେ ବାଙ୍କୀରେ ପ୍ରାୟତଃ ୨୮୩ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ଏହି ବର୍ଷା ବୁଣାଯାଇଥିବା ଜମିରେ ଧାନ ଗଛ ଭଲ ବଢିବା ଏବଂ ବୁଣାଯାଇନଥିବା ଜମୀରେ ଚାଷୀ କାଦୁଅ କରି ଚାଷ ବଢାଇବା ପ୍ରାୟ ସୁଗମ ହୋଇଥିବା ସ୍ଥାନୀୟ ଚାଷୀ ମାନେ କହିଛନ୍ତି। ଏବେ ଠାରୁ ପାଣିଧରିଥିବା ଜମିରେ ରୁଆପୋତା ଜୋର ଧରିଲାଣି। ଲଘୁଚାପ ବର୍ଷା ଯଦିଓ ସ୍ଥାନୀୟ ପନିପରିବା ଚାଷୀଙ୍କର ବିପୁଳ କ୍ଷତି ଘଟାଇ ଅଭାବୀ ପରିବା ବିକ୍ରୀ ପରିସ୍ଥିତି ଆଣି ଚାଷୀଙ୍କୁ କ୍ଷତି ପହଞ୍ଚାଇଛି ସେପଟେ ଆବଶ୍ୟକ ବର୍ଷା ଚାଷୀର ଭାତହାଣ୍ଡିକୁ ଚାଉଳ ଯୋଗାଇବାର ବହୁ ସୁଯୋଗ ଦେଇଥିବା ଚାଷୀ ମତ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories