www.samajalive.in
Wednesday, December 10, 2025
26.1 C
Bhubaneswar

ଦେଶର ସର୍ବୋଚ୍ଚ ଆସନ ପାଇଁ ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ଆସନ ପାଇଁ ମତଦାନ ଜାରି ରହିଛି । ସକାଳ ୧୦ଟାରୁ  ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତ ସାବ୍ୟସ୍ତ କରିଛନ୍ତି । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରାଯାଉଛି । ଦିନ ୧୦ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସଂଧ୍ୟା ୫ଟା ଯାଏ ଜାରି ରହିବ ।  ମୁଖ୍ୟମନ୍ତ୍ରୀଙ୍କ ପରେ ପରେ ମନ୍ତ୍ରୀ ଓ ବିଧାୟକ ମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ସୂଚନା ଥାଉକି ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ ଜଣାଇଥିଲେ । ପରେ ପରେ ମାଟିର ଝିଅଙ୍କୁ ଭୋଟ୍‌ ଦେବାକୁ ସମସ୍ତ ଦଳର ବିଧାୟକ ମାନଙ୍କୁ କହିଥିଲେ ।

ଏଠାରେ କହିରଖିବୁ, ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଆଜି ନିର୍ବାଚନ ହେଉଥିବା ବେଳେ ଆସନ୍ତା ୨୧ତାରିଖରେ ଭୋଟ୍‌ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ୨୫ ତାରିଖ​‌ରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ତେବେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମୋଟ୍‌ ୨୭ଟି ରାଜନୈତିକ ଦଳ ସମର୍ଥନ କରିଛି । ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି, ବିଏମସି, ଟିଡିପି, ଏଆଇଏଡିଏମକେ, ୱାଇଏସଆର କଂଗ୍ରେସ, ଶିବସେନା, ଜେଡିସ୍, ସିରୋମଣି ଅକାଳୀ ଦଳ ଓ ଜେଏମଏମ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଛନ୍ତି । ସେହିପରି ଯଶୱନ୍ତ ସିହ୍ନାଙ୍କୁ ମଧ୍ୟ ସମର୍ଥନ ଦେଇଛି ଟିଏମସି, ଟଡିପି, ଏନସିପି, ଆପ୍ ଓ ସମାଜବାଦୀ ପାର୍ଟି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories