www.samajalive.in
Tuesday, December 9, 2025
15.1 C
Bhubaneswar

୨ବର୍ଷ କଟକଣା ପରେ ଆଖଣ୍ଡଳମଣିଙ୍କ ପୀଠରେ ଶୁଭିଲା କାଉଡିଆଙ୍କ ବୋଲବମ ଧ୍ବନି

ଆରଡି: ୨ବର୍ଷ କଟକଣା ପରେ ଆଖଣ୍ଡଳମଣିଙ୍କ ପୀଠରେ ଶୁଭିଲା କାଉଡିଆଙ୍କ ବୋଲବମ ଧ୍ବନି। ପୀଠରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ଆଜିଠୁ ମଣିବାବାଙ୍କ ପାଖରେ ଲାଗିହେଲା କାଉଡିଆଙ୍କ ଜଳ। ଏଥିପାଇଁ ପୀଠରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେହିପରି ଜଳପଥ ଓ ସ୍ଥଳପଥରେ ଆସୁଥିବା କାଉଡିଆଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ତାହାସହ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ମୁଆଁ, ତିନିତର, ଧାନଖଣିଆ ୩ଟି ନଦୀଘାଟରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ ମୃତୟନ କରାଯାଇଛି।

ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଚାଲିଚାଲି ଆସୁଥିବା ଅଗଣିତ କାଉଡିଆ ଭକ୍ତ ଯେପରି ଶୃଙ୍ଖଳିତ ଭାବେ ମଣିବାବାଙ୍କ ପାଖରେ ଜଳଲାଗି କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବା ନିମନ୍ତେ ଜଣେ ମାଜିଷ୍ଟ୍ରେଟଙ୍କ ସହ ୧ଜଣ ଏଏସପି, ୫ ଜଣ ଡିଏସପି, ୨୫ ଆଇଆଇସି, ୫୪ ଜଣ ଅଫିସରଙ୍କ ସହ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତାହା ସହ ପୀଠରେ ଉଜ୍ବଳ ଆଲୋକ ବ୍ୟବସ୍ଥା ସହ ପାନୀୟ ଜଳ, ସ୍ୱାସ୍ଥ୍ୟ ଆଦି ଅସ୍ଥାୟୀ ଭାବେ ୨୪ଘଣ୍ଟିଆ ପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର।

- Advertisement -

ମନ୍ଦିରର ନୀତିକାନ୍ତି ଅନୁଯାୟୀ ମଣିବାବାଙ୍କର ସମସ୍ତ କରାଯିବା ସହ କାଉଡିଆଙ୍କ ଜଳଲାଗି ପାଇଁ ମନ୍ଦିର ପ୍ରାଙ୍ଗଣରେ ପ୍ରତିଷ୍ଠା ହୋଇଥିବା ଶ୍ରାବଣୀ ମହାଦେବଙ୍କ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories