www.samajalive.in
Tuesday, December 9, 2025
16.1 C
Bhubaneswar

ଓଡିଶା ଜୀବିକା ମିଶନ ଫୁଲବାଣୀ ବ୍ଲକ ତରଫରୁ ଉଦ୍ୟମିତା ବିକାଶ ପକ୍ଷ ପାଳିତ

ଫୁଲବାଣୀ : ଫୁଲବାଣୀ ପଂଚାୟତ ସମିତି ତରଫରୁ ଗଞ୍ଜୁଗୁଡା ଗ୍ରାମ ପଂଚାୟତ ସ୍ତରୀୟ ସଂଘ ସଭା ଗୃହରେ ଉଦ୍ୟମିତା ବିକାଶ ପକ୍ଷ ପାଳିତ ହୋଇ ଯାଇଛି। ଏହି ପକ୍ଷ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ, ମୁଖ୍ୟ ବକ୍ତା ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡିଶା ଜୀବିକା ମିଶନ କନ୍ଧମାଳ ସନ୍ତୋଷ କୁମାର ରଥ, ଓ ସମ୍ମାନୀତ ଅତିଥି ଗଞ୍ଜୁଗୁଡା ସରପଞ୍ଚ ଆଲୋକ କୁମାର କହ୍ନର ଉପସ୍ଥିତ ଥିଲେ। ଫୁଲବାଣୀ ବ୍ଲକ ଓଡ଼ିଶା ଜୀବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସୁଶ୍ରୀ ସବିତା ସୁବୁଦ୍ଧି କାର୍ୟକ୍ରମ ପରିଚାଳନା କରିଥିବା ବେଳେ ୟଙ୍ଗ ପ୍ରଫେସନାଲ ସୁଚରିତା ତ୍ରିପାଠୀ, ଓ ଦକ୍ଷ ନଥିପତ୍ର ପରିଚାଳିକା, ଗଞ୍ଜୁଗୁଡା ଇନ୍ଦିରା କହ୍ନର, ସହଯୋଗ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଏକକ ସାଧନ କେନ୍ଦ୍ର OSF ଫୁଲବାଣୀର ପରିଚାଳନା କମିଟି ର ସଦସ୍ୟା, ବିଭିନ୍ନ ପଂଚାୟତରୁ ଉଦ୍ୟମୀ ବିକାଶ ଅର୍ଥ ରାଶି ପାଇଥିବା ବ୍ୟବସାୟୀ ମାନେ ଓ ଉଦ୍ୟୋଗୀ ସାଥି (BDSP) ଯୋଗ ଦେଇଥିଲେ ଜ୍ଝ ଉଦ୍ୟୋଗୀ ମାନଙ୍କୁ ଦ୍ରବ୍ୟ ଓ ସେବାର ପଞ୍ଜି କରଣ, ବ୍ୟବସାୟର ବୀମା କରିବା, ବ୍ୟବସାୟିକ ଯୋଜନା ପ୍ରସ୍ତୁତ, ବ୍ୟାଙ୍କ ସହ ସମ୍ପର୍କ ସ୍ଥାପନ, ବିଭିନ୍ନ ସରକାରୀ ଯୋଜନା ସହ ନିଜକୁ ସାମିଲ କରିବା, କୁଶଳ ଉଦ୍ୟୋଗୀ ମାନେ କିପରି ନିଜ ବ୍ୟବସାୟ କୁ ବଢ଼ିପାରିବେ ଏ ସବୁ ବିଷୟ ପ୍ରତି ଆଲୋଚନା କରାଯାଇଥିଲା। ଓଡିଶା ଜୀବିକା ମିଶନ ଦ୍ଵାରା ଚିହ୍ନଟ ହୋଇଥିବା ୫୩ ଜଣ ଉଦ୍ୟୋଗୀଙ୍କୁ ବ୍ୟବସାୟ ବାଣିଜ୍ୟ ବୃଦ୍ଧି କରିବା ନିମନ୍ତେ ମୋଟ ୨୬,୯୦,୦୦୦ ଟଙ୍କା ଋଣ ହିସାବରେ ଦିଆଯାଇଛି। ସର୍ଵଶେଷ ରେ ସୁଶ୍ରୀ ସବିତା ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories