www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ବରଦାନ କଞ୍ଚା ଲଙ୍କା

କିଛି ଲୋକଙ୍କୁ ରାଗ ଖାଇବା ପସନ୍ଦ ଓ କିଛି ଲୋକଙ୍କୁ ନୁହେଁ। ଅନେକ ଲୋକେ ରାଗ ହେତୁ କଞ୍ଚା ଲଙ୍କା ଖାଇବାକୁ ଇଚ୍ଛା କରନ୍ତି ନାହିଁ। ମାତ୍ର କଞ୍ଚା ଳଙ୍କା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଆୟୁର୍ବେଦରେ ମଧ୍ୟ ଏନେଇ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ କଞ୍ଚା ଲଙ୍କା ଖାଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ଉପକାର ହୋଇଥାଏ…
ଖୁବ କମ୍‍ ଲୋକେ ଏହା ଜାଣି ଥିବେ କଞ୍ଚା ଲଙ୍କା ମେଟାବୋଲିଜିୟମ ସ୍ତରକୁ ସଠିକ ରଖିବାରେ ସହାୟକ ହୋଇଥାଏ। ଆୟୁର୍ବେଦ ଅନୁଯାୟୀ କଞ୍ଚା ଲଙ୍କା ଖାଇବା ସମୟରେ ଏହାର ମଞ୍ଜି ମଧ୍ୟ ଖାଆନ୍ତୁ।
ଭିଟାମିନ ସିର ଅଭାବ ଦୂର ପାଇଁ ଅନେକ ଲୋକେ ଖଟା ଜିନିଷ ଓ ଲେମ୍ବୁର ସେବନ କରିଥାଆନ୍ତି। ମାତ୍ର କଞ୍ଚା ଲଙ୍କାରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ଭିଟାମିନ ସିର ଅଭାବ ଦୂର ପାଇଁ କଞ୍ଚା ଲଙ୍କାର ନିଶ୍ଚୟ ସେବନ କରନ୍ତୁ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ,କଞ୍ଚା ଲଙ୍କା ସେବନ ଦ୍ୱାରା ଶରୀରରେ ଖରାପ କୋଲେଷ୍ଟେରୋଲ୍‍ ସ୍ତରକୁ ନିୟନ୍ତ୍ରଣ କରିଥାଏ। ଫଳରେ ହୃଦୟ ସୁସ୍ଥ ରହିଥାଏ। କଞ୍ଚା ଲଙ୍କା ସେବନ କରିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ଆଶଙ୍କା ଖୁବ କମ ଥାଏ। ହୃଦୟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ।
କଞ୍ଚା ଲଙ୍କା ରକ୍ତର ଅଭାବକୁ ମଧ୍ୟ ଦୂର କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଛି। ଏହାସହ କଞ୍ଚା ଲଙ୍କା ସେବନ ଦ୍ୱାରା ରକ୍ତ ଜମାଟ ବାନ୍ଧିବାକୁ ନଦେଇ ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories