www.samajalive.in
Friday, December 12, 2025
19.1 C
Bhubaneswar

ବିପଦସଙ୍କେତ ଉପରେ ସିଲେରୁ-ସାବେରୀ : ବୁଡ଼ିଲା ପୁରୁଣା ମୋଟୁ

ମାଲକାନଗିରି : ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗୋଦାବରୀ ନଦୀରେ ତୃତୀୟ ବିପଦ ସଙ୍କେତ ୫୩ଫୁଟ ରହିଥିବାବେଳେ ବତ୍ତର୍ମାନ ସେଠାରେ ଜଳସ୍ତର ୬୮ଫୁଟ ଜଳସ୍ତର ରହିଛି। ଜିଲାର ୭ଟି ବ୍ଲକ ମଧ୍ୟରୁ କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ମାଲକାନଗିରି ବ୍ଲକରେ ୩୪.୪, ମାଥିଲିରେ ୨୨, ଖଇରପୁଟରେ ୩୬, ଚିତ୍ରକୋଣ୍ଡାରେ ୪୨, କାଲିମେଳାରେ ୨୦ ଓ ପଡିଆ ବ୍ଲକରେ ୩୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ପୋଲାଭରମରୁ ଆସୁଥିବା ପଛୁଆ ଜଳ ଯୋଗୁଁ ସିଲେରୁ ଓ ସାବେରୀ ନଦୀରେ ଜଳ ନିଷ୍କାସନ ହୋଇ ନ ପାରିବା ଫଳରେ ମାଲକାନଗିରି ଜିଲାର ମୋଟୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାରିବାଞ୍ଛା, ବିନାୟକପୁର, ଆଲମା ଓ ମୁରଲିଗୁଡା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ମୁଗି ପଏଣ୍ଟ ଓ ପୁରୁଣା ମୋଟୁ ଜଳାର୍ଣ୍ଣବ ହେବାରୁ ଅନେକ ଲୋକଙ୍କ ଘର ବନ୍ୟା ପାଣିରେ ବୁଡ଼ିଯାଇଛି। ଫଳରେ ୧୧ଟି ପରିବାରକୁ ବନ୍ୟା ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ସ୍ଥିତି ଅଣାୟତ୍ତ ହେବାପରେ ଆଜି ନିଜେ ମାଲକାନଗିରି ଜିଲାପାଳ ବିଶାଳ ସିଂ ଏବଂ ଅନ୍ୟାନ୍ୟ ଅଧିକାରୀ ମୋଟୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories