www.samajalive.in
Monday, December 8, 2025
27.1 C
Bhubaneswar

ହାଇସ୍କୁଲରେ ସାପ ଆତଙ୍କ

ପିପିଲି, :ପିପିଲି ପୌରାଞ୍ଚଳର ୫-ଟି ରୂପାନ୍ତରିତ ପିପିଲି ନୋଡାଲ ହାଇସ୍କୁଲର ଶ୍ରେଣୀଗୃହରେ ଶୁକ୍ରବାର ସାପ ଆତଙ୍କ । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ନବମ ଶ୍ରେଣୀ ( ଖ-ବିଭାଗ )ରେ ପାଠପଢା ଚାଲୁଥିବା ବେଳେ ହଠାତ ଏକ ବଡ ଧଣ୍ଡ ସାପ ଶ୍ରେଣୀଗୃହରେ ଦେଖିବାକୁ ମିଳିଥିଲା ।

ଜଣେ ଛାତ୍ରଙ୍କ ଗୋଡତଳେ ତଥା ବ୍ୟାଞ୍ଚତଳେ ସାପଟି ରହିଥିବା ବେଳେ ଏହାକୁ ନେଇ ଶ୍ରେଣୀରେ ଥିବା ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇ ଶ୍ରେଣୀଗୃହରୁ ବାହାରକୁ ଚାଲି ଆସିଥିଲେ । ବିଦ୍ୟାଳୟର ଦୁଇଜଣ କର୍ମଚାରୀ ସେଠାରେ ପହଞ୍ଚି ସାପକୁ ଶ୍ରେଣୀଗୃହରୁ ବାହାରକୁ କାଢିବା ପରେ ପାଠପଢା ସ୍ୱାଭାବିକ ହୋଇଥିଲା । ବିଦ୍ୟାଳୟ ଖେଳପଡିଆରେ ବର୍ଷାଜଳ ଜମି ରହୁଥିବାରୁ ସେଠାରେ ବାରମ୍ବାର ସାପ ଆତଙ୍କ ଦେଖାଦେଉଥିବା ସୂଚନା ମିଳିଛି । ବିଦ୍ୟାଳୟର ଶ୍ରେଣୀଗୃହ ଚତୁଃପାଶ୍ୱର୍କୁ ପରିସ୍କାର କରିବା ସହ ସାପ ପ୍ରବେଶକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories