www.samajalive.in
Monday, December 8, 2025
27.1 C
Bhubaneswar

ବଟି ଆଦାୟକୁ ନେଇ ବୋମାମାଡ଼; ୫ ଆହତ

ଡେଲାଙ୍ଗ : ପଥର ଖଣିରୁ ବେଆଇନ ଭାବେ ପଥର ପରିବହନ କରୁଥିବା ଟ୍ରକରୁ ବଟି ଆଦାୟକୁ ନେଇ ଡେଲାଙ୍ଗ ଥାନା ହରିରାଜପୁର ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ସଂଘର୍ଷ ହୋଇଛି। ସଂଘର୍ଷ ସମୟରେ ୪ଟି ହାତ ବୋମା ବିସ୍ପୋରଣ, ଭଙ୍ଗା କାଚ ବୋତଲ ମାଡ଼ରେ ୫ଜଣ ଆହତ ହୋଇଥିବା ଖବର ମିଳିଛି। ବୋମା ମାଡ଼ ପ୍ରତିବାଦରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ପିପିଲି-ଜଟଣୀ ସଡ଼କର ହରିରାଜପୁର ଛକଠାରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା। ଦୁଇ ଘଣ୍ଟା ଧରି ରାସ୍ତାରୋକ ଯୋଗୁ ଉଭୟ ପାର୍ଶ୍ୱରେ ଭାରୀଯାନ ଓ ୪ ଚକିଆଯାନ ଅଟକି ରହିଥିଲା। ଜଟଣୀ ଥାନା, ପିପିଲି ଥାନା ଓ ଡେଲାଙ୍ଗ ଥାନା ପୁଲିସ ସହ ପିପିଲି ଏସ୍‍ଡିସିପିଓ ଦିଲ୍ଲୀପ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ରାସ୍ତାରୁ ଅବରୋଧ ହଟାଇ ଥିଲେ।
ଡେଲାଙ୍ଗ ଥାନାରେ ୨ ଗୋଷ୍ଠୀ ପକ୍ଷରୁ ପରସ୍ପର ବିରୋଧରେ ଆଗତ ୨ ଟି ଏତଲା ଭିତ୍ତିରେ ୨ଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ହରିରାଜପୁର ଫାଣ୍ଡି ଅଧିକାରୀ ସେହି ଗ୍ରାମର ଜଗନ୍ନାଥ ବେହେରା (୨୭)ଙ୍କୁ ଗିରଫ କରିଛି। ସୋମବାର ରାତିରେ ଚଢଉ କରି ଆହୁରି ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପ୍ରକ୍ରିୟା ଜାରି ରହିଛି ବୋଲି ଡେଲାଙ୍ଗ ଥାନା ଇନ୍ସପେକ୍ଟର ଅସିତ୍‍ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ ହରିରାଜପୁର ଅଞ୍ଚଳରେ ପଥର ପରିବହନ କରୁଥିବା ଟ୍ରକରୁ ସ୍ଥାନୀୟ କ୍ଳବର ଯୁବକମାନେ ପଥର ଆଦାୟ କରି ଅସୁଥିଲାବେଳେ ଏହି ଗ୍ରାମର ଅନୁସୂଚିତ ଜାତି ବସ୍ତିର ଯୁବକମାନେ ମଧ୍ୟ ପଥର ଆଦାୟ ଆରମ୍ଭ କରିଥିଲେ। ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କରୁ ସଂଘର୍ଷର ସୁତ୍ରପାତ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ଗୋଷ୍ଠୀ ପଥର ବଟି ଅଦାୟ କରିପାରିବେ ନାହିଁ ବୋଲି ନିର୍ଦେଶ ଦେଇଛି।
ଅନୁସୂଚିତ ଜାତି ବସ୍ତିର ଚନ୍ଦନ ବେହେରାଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଥିଲାବେଳେ କ୍ଳବ ପକ୍ଷରୁ ରଶ୍ମିରଞ୍ଜନ ସୁବୁଦ୍ଧି ସାମନ୍ତଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ସଶସ୍ତ୍ର ପୁଲିସ ମୁତୟନ ରହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories