www.samajalive.in
Monday, December 8, 2025
20.1 C
Bhubaneswar

ଦିନିକିଆରେ ଶୀର୍ଷସ୍ଥାନ ବଜାୟ ରଖିଲେ କୋହଲି, ବୁମରା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‍ ପରିଷଦ (ଆଇସିସି) ପକ୍ଷରୁ ସୋମବାର ପ୍ରକାଶିତ ମାନ୍ୟତାର ବ୍ୟାଟିଂ ବିଭାଗରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ବୋଲିଂ ବିଭାଗରେ ଦ୍ରୁତ ବୋଲର ଯଶପ୍ରୀତ୍‍ ବୁମରା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।
ବ୍ୟାଟସମ୍ୟାନ୍‍ ମାନ୍ୟତାରେ କୋହଲି ୮୮୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ୮୪୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଓପନର୍‍ ଶିଖର ଧାୱନ୍‍ ୮୦୨ ପଏଣ୍ଟ ସହ ମାନ୍ୟତାର ୫ମ ସ୍ଥାନରେ ରହିଛନ୍ତି। ବୋଲର ମାନ୍ୟତାରେ ବୁମରା ୭୯୭ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ କୁଲଦୀପ ଯାଦବ ୭୦୦ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନର ରସିଦ୍‍ ଖାନ୍‍ ୭୮୮ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି। ଭାରତୀୟ ଲେଗ୍‍ ସ୍ପିନର ୟୁଜବେନ୍ଦ୍ର ଚହଲ୍‍ ୧୧ନଂରେ ରହିଛନ୍ତି।
ଦଳଗତ ମାନ୍ୟତାରେ ଇଂଲଣ୍ଡ ୧୨୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତ ୧୨୨ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି। ତେବେ ଏହି ମାନ୍ୟତାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆସନ୍ତା ୧୦ରୁ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍‍ ଖେଳାଯିବ। ଶୀର୍ଷ ସ୍ଥାନ ବଜାୟ ରଖିବାକୁ ହେଲେ ଇଂଲଣ୍ଡକୁ ଏହି ସିରିଜ୍‍ ଜିତିବାକୁ ପଡ଼ିବ। ଯଦି ଏପରି ନ ହୁଏ ଏବଂ ୱେଷ୍ଟଇଣ୍ଡିଜକୁ ଭାରତ ଦିନିକିଆ ସିରିଜ୍‍ରେ ପରାସ୍ତ କରେ ତେବେ ଭାରତୀୟ ଦଳ ୧ନଂ ସ୍ଥାନ ହାସଲ କରିବା ସମ୍ଭାବନା ରହିଛି।

Hot this week

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

Related Articles

Popular Categories