www.samajalive.in
Monday, December 8, 2025
20.1 C
Bhubaneswar

ସୋହେଲଙ୍କ ଶତକ; ପାକିସ୍ତାନର ୪୮୨ ରନ୍‍

ଦୁବାଇ : ଚଳିତ ପ୍ରଥମ ଟେଷ୍ଟରେ ପାକିସ୍ତାନର ଓପ୍‍ନର ମହମ୍ମଦ ହଫିଜ୍‍ଙ୍କ ପରେ ହାରିସ୍‍ ସୋହେଲ ମଧ୍ୟ ଶତକ ମାରିଛନ୍ତି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‍ରେ ପାକିସ୍ତାନ ପ୍ରଥମ ଇନିଂସରେ ପ୍ରଭାବଶାଳୀ ୪୮୨ ରନ୍‍ କରିପାରିଛି। ସୋମବାର ମ୍ୟାଚ୍‍ର ୨ୟ ଦିନରେ ସୋହେଲ ଶତକ ହାସଲ କରିଥିବା ବେଳେ ଅସଦ୍‍ ସଫିକ୍‍ ୮୦ ରନ୍‍ ସ୍କୋର କରିଛନ୍ତି। ଫଳରେ ୨ୟ ଦିନର ଚା’ପାନ ବିରତି ପରେ ପାକିସ୍ତାନ ପ୍ରଥମ ଇନିଂସରେ ୪୮୨ ରନ୍‍କରି ସମସ୍ତ ୱିକେଟ ହରାଇଛି। ଦୁବାଇ ଷ୍ଟାଡିୟମ୍‍ର ନିର୍ଜୀବ ପିଚ୍‍ରୁ ଅଷ୍ଟ୍ରେଲିଆର ପେସ୍‍ ଓ ସ୍ପିନ୍‍ ବୋଲର କୌଣସି ଫାଇଦା ଉଠାଇ ପାରିନଥିଲେ। ଏବେ ଅଷ୍ଟ୍ରେଲିଆ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ପାକିସ୍ତାନ ବୋଲରଙ୍କ ସମ୍ମୁଖରେ ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ।
ପରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ ଆରମ୍ଭକରି ୨ୟ ଦିନର ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ୩୦ ରନ୍‍ କରିପାରିଛି। ଉସ୍‍ମାନ ଖାୱାଜା ୧୭ ଓ ଆରୋନ୍‍ ଫିଞ୍ଚ୍‍ ୧୩ ରନ୍‍କରି ଅପରାଜିତ ରହିଛନ୍ତି। ପ୍ରଥମଦିନ ଓପ୍‍ନର ମହମ୍ମଦ ହଫିଜ୍‍ ଶତକ ମାରିବାରୁ ଦିନର ଶେଷ ସୁଦ୍ଧା ପାକିସ୍ତାନ ୩ ୱିକେଟ ହରାଇ ୨୫୫ ରନ୍‍ କରିଥିଲା। ୨ୟ ଦିନ ପ୍ରାରମ୍ଭରେ ମହମ୍ମଦ ଆବାସ୍‍ ୧ ରନ୍‍କରି ଆଉଟ ହୋଇ ଯାଇଥିଲେ। ଏହାପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ କୌଣସି ସଫଳତା ମିଳିନଥିଲା। ୫ମ ୱିକେଟ ପାଇଁ ହାରିସ୍‍ ସୋହେଲ ଓ ଅସଦ୍‍ ସଫିକ୍‍ ୧୫୦ ରନ୍‍ ଯୋଗ କରିବାରୁ ପାକିସ୍ତାନ ବଡ଼ ସ୍କୋର୍‍ କରି ପାରିଥିଲା। ଅସଦ୍‍ ସଫିକ୍‍ ୧୬୫ ବଲ୍‍ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୮୦ ରନ୍‍ କରିଥିଲେ। ଜୀବନର ପ୍ରଥମ ଶତକ ହାସଲ କରିଥିବା ହାରିସ୍‍ ସୋହେଲ ୨୪୦ ବଲ୍‍ରୁ ୨ଟି ଛକା ଓ ୮ଟି ଚୌକା ସହ ୧୧୦ ରନ୍‍ କରିଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୧୫ ଓ ବିଲାଲ ଆସିଫ୍‍ ୧୨ ରନ୍‍ କରିଥିଲେ। ପାକିସ୍ତାନ ୭୨ ରନ୍‍ରେ ଶେଷ ୬ଟି ୱିକେଟ ହରାଇ ଅଲ୍‍ଆଉଟ ହୋଇ ଯାଇଥିଲା। ପିଟର ସିଡ୍‍ଲ ୩ଟି ଓ ନାଥାନ୍‍ ଲାୟନ୍‍ ୨ଟି ୱିକେଟ ନେଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories