www.samajalive.in
Thursday, December 11, 2025
23.1 C
Bhubaneswar

ଧବଳେଶ୍ୱର ପୀଠକୁ ଅଧିକ ଆକର୍ଷଣୀୟ କରାଯିବ : କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର : ପ୍ରସିଦ୍ଧ ଶୈବକ୍ଷେତ୍ର ପ୍ରଭୁ ଶ୍ରୀଧବଳେଶ୍ୱର ପୀଠର ଭିତିଭୂମି ଓ ପାରିପାର୍ଶ୍ବିକ ଉନ୍ନତି କରାଯାଇ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସୁବିଧା ନିମନ୍ତେ କରାଯାଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ।
ପ୍ରକଳ୍ପର ସ୍ଥପତି ଏସ୍ ଆଣ୍ଡ ଜେ ଅସୋସିଏଟସ୍ ଚଳିତ ମାସ ୯ ତାରିଖରେ ଦେବୋତ୍ତର ବିଭାଗର ଅଧିକାରୀଙ୍କ ସହିତ ପୀଠ ସ୍ଥାନ ପରିଦର୍ଶନ କରି ନିରୁପମା କ୍ୟାମ୍ପସ୍ ନିକଟରେ ଥିବା ଅବଶିଷ୍ଟ ୧୧ଗୋଟି କୋଠରୀର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବେ।
ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ଆଠଗଡ଼ର ଉପଜିଲ୍ଲାପାଳ ଏବଂ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍ ଚାରବାଟିଆର ଅଧୀକ୍ଷଣ ଯନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ସ୍ଥାନ ପରିଦର୍ଶନ କରି ପ୍ରକଳ୍ପର ପ୍ଲାନ ଏବଂ ବ୍ୟୟ ଅଟକଳ ଚୂଡ଼ାନ୍ତ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ଚାରବାଟିଆର ଅଧୀକ୍ଷଣ ଯନ୍ତ୍ରୀ ଏହି ପ୍ଲାନ୍ ଏବଂ ବ୍ୟୟ ଅଟକଳର ଆବଶ୍ୟକ ଯାଞ୍ଚ ପରେ ସପ୍ତାହକ ମଧ୍ୟରେ ପ୍ରଶାସନିକ ଅନୁମୋଦନ ନିମନ୍ତେ କଟକ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ। ଅନୁମୋଦିତ ପ୍ଲାନ ଏବଂ ବ୍ୟୟ ଅଟକଳକୁ କଟକ ଜିଲ୍ଲାପାଳ ଚଳିତ ଜୁଲାଇ ମାସ ତୃତୀୟ ସପ୍ତାହ ମଧ୍ୟରେ ପର୍ଯ୍ୟଟନ ବିଭାଗରେ ଦାଖଲ କରିବେ ।
ବୈଠକରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ରାସ୍ତା ଓ ଗୃହ ନିର୍ମାଣ, ଚାରବାଟିଆ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଆଠଗଡ଼ ରାସ୍ତା ଓ ଗୃହ ନିର୍ମାଣ ସେକ୍ସନର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କ ସମେତ ଏସ୍ ଆଣ୍ଡ ଜେ ଆସୋସିଏଟସ୍ ର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories