www.samajalive.in
Wednesday, December 10, 2025
18.1 C
Bhubaneswar

କିଡ଼ିଙ୍ଗ ସମେତ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତକୁ ମରୁଡ଼ି ଘୋଷଣା ଦାବି

ଲାଞ୍ଜିଗଡ଼: ଗତ ତିନିବର୍ଷ ହେଲା କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର କିଡ଼ିଙ୍ଗ, ମାଡ଼ିବନ୍ଧା, କାଉଗୁଡ଼ା ସମେତ ପଞ୍ଚାୟତ ଅଞ୍ଚଳର ଚାଷଜମି ଲଗାତାର ମରୁଡ଼ିର ସମ୍ମୁଖୀନ ହେଉଛି । ବର୍ଷକୁ ବର୍ଷ ମରୁଡ଼ି ଯୋଗୁ ଚାଷୀଙ୍କ ଜୀବନଜୀବିକା, ଚାଷକାର୍ଯ୍ୟ ପ୍ରଭାବିତ ହେଉଛି। ବାରମ୍ବାର କ୍ଷତି ସହିଲେ ମଧ୍ୟ ଚାଷ ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ଉପାୟ ନାହିଁ । ଧାରକରଜ କରି ସେମାନେ ଚାଷ କରୁଛନ୍ତି ଆଉ କ୍ଷତି ସହୁଛନ୍ତି।

ତେବେ ସରକାର ଚାଷ ଓ ଚାଷୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିବା ସହିତ ଫସଲ ବୀମା, ମରୁଡ଼ି ସହାୟତା ଓ କ୍ଷତିପୂରଣ ଆଦି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ଲଗାତାର ମରୁଡ଼ିର ସମ୍ମୁଖୀନ ହେଲେ ମଧ୍ୟ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର ଚାଷୀମାନେ ନା ବୀମା ନା କୌଣସି ସରକାରୀ ସହାୟତା ପାଇପାରୁଛନ୍ତି । ମରୁଡ଼ି ହେଲେ ପଞ୍ଚାୟତ ଅଞ୍ଚଳରେ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଫିଲ୍ଡ ସର୍ଭେ ହୁଏ, ତଦନ୍ତ ହୁଏ। ସେହିପରି ଉଭୟ ବିଭାଗ ସହିତ ପରିସଂଖ୍ୟାନ ବିଭାଗ ଓ ବୀମା କଂପାନୀ କର୍ମଚାରୀଙ୍କ ଉପସ୍ଥିତିରେ କ୍ରପକଟିଂ ମଧ୍ୟ କରାଯାଏ । ମରୁଡ଼ି ସଂକ୍ରାନ୍ତୀୟ ରିପୋର୍ଟ ଯାଏ, ଚାଷୀଙ୍କଠାରୁ କାଗଜପତ୍ର ସଂଗ୍ରହ କରାଯାଏ । କିନ୍ତୁ ଚାଷୀଙ୍କ ସମସ୍ୟା ଦୂର ହୁଏନାହିଁ । ଗତ ତିନିବର୍ଷ ଧରି ଲଗାତାର ମରୁଡ଼ି ଫଳରେ ପଞ୍ଚାୟତର ସମସ୍ତ ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ଧାରକରଜ କରି ଚାଷ କରି ନୟାନ୍ତ ହେଲେଣି। ଏ ବର୍ଷ କେମିତି ଚାଷ କରିବୁ ସାହସ ପାଉନାହାନ୍ତି ।

- Advertisement -

ତେବେ ସରକାରଙ୍କ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକର କେତେକ ପଞ୍ଚାୟତକୁ ଏଥର ମରୁଡ଼ି ଘୋଷଣା କରାଯାଇଥିବାବେଳେ ସେଥିରୁ ମଧ୍ୟ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ବାଦ୍ ପଡ଼ିଛି। ଏହାକୁ ନେଇ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ବୃଦ୍ଧି ପାଇଛି। ତେଣୁ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ସହିତ ବୀମା ଏବଂ ସରକାରୀ ସହାୟତା ଯୋଗାଇଦେବାକୁ ଆଜି ଅଞ୍ଚଳର ଚାଷୀମାନେ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ପ୍ରତିଲିପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଚିଠି ଲେଖି ଦାବି କରିଛନ୍ତି । ସୁଶୀଲ କୁମାର ବାଗ, ନୀଲେଶ କୁମାର ନାଗ, ଈଶ୍ବର ବଗର୍ତ୍ତି, ଗୋପାଳଦାସ ମହାନନ୍ଦଙ୍କ ନେତ୍ରୁତ୍ବରେ କୁନ୍ତ ଶବର, ଦେବେନ୍ଦ୍ର ମାଝୀ, ଭୂପତି ଶବର, ବୈଷ୍ଣବ ଶବର ପ୍ରମୁଖ ସାମିଲ ହେବା ସହିତ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories