www.samajalive.in
Monday, December 8, 2025
17.1 C
Bhubaneswar

ରାତି ପାହିଲେ ବାହୁଡ଼ା ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ : ମହାପ୍ରଭୁଙ୍କ ବାହୁଡା ଯାତ୍ରା ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବ। ବାହୁଡା ଯାତ୍ରା ଦେଖିବା ଓ ରଥ ଟାଣିବା ପାଇଁ ଏବେଠାରୁ ପୁରୀରେ ଭକ୍ତଙ୍କ ଭିଡ ଲାଗିଲାଣି । ବାହୁଡାଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶରଧାବାଲିସ୍ଥିତ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥିବା ତିନୋଟିଯାକ ସୁସଜ୍ଜିତ ରଥ ପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି। ଆଜି ରାତିରେ ଠାକୁରମାନଙ୍କର ପହୁଡ ଆଳତୀ ହେବାପରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମିଲାଗି ଆଦି କେତେକ ଗୁପ୍ତନୀତି ସମ୍ପନ୍ନ ହେବାକୁ ଥିବାରୁ ରାତି ୭ଟା ପରେ ଗୁଣ୍ଡିଚାମନ୍ଦିରକୁ ଶୋଧ କରାଯିବ । ଦର୍ଶନ ବନ୍ଦ ହେବା ପରେ କେବଳ ଆନନ୍ଦ ବଜାରକୁ ଯିବା ଆସିବା କରିବା ପାଇଁ ଗୁଣ୍ଡିଚା ମନ୍ଦିରର ନାକଚଣାଦ୍ୱାରକୁ ଖୋଲା ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।

ସେହିପରି ଦାରୁବ୍ରହ୍ମଙ୍କ ବାହୁଡାଯାତ୍ରା ଏବଂ ସୁନାବେଶ ଦେଖିବାକୁ ପୁରୀରେ ପ୍ରାୟ ୧୦ଲକ୍ଷ ଭକ୍ତଙ୍କ ସମାଗମ ହେବ । ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି । ରଥଯାତ୍ରା ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଏବଂ ଏକ୍‌ଜୁକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ନେଇ ଏକ ସମନ୍ବୟ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରଥ ସୁରକ୍ଷା, ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଏବଂ ଯାନବାହାନ ଚଳାଚଳ କଟକଣା ସମ୍ପର୍କରେ ସେଥିରେ ଆଲୋଚନା କରାଯାଇଛି ।

- Advertisement -

ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରା ଅପେକ୍ଷା ସୁନାବେଶ ଦେଖିବାକୁ ଅଧିକ ଭକ୍ତ ଆସିବା ସମ୍ଭାବନା ରହିଛି । ତେଣୁ ବଡ଼ଦାଣ୍ଡରେ ଦଳାଚକଟା ଏଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ବିଭିନ୍ନ ସ୍ଥାନରେ ତ୍ବରିତ ଉଦ୍ଧାରକାରୀ ଦଳ (କୁଇକ୍‌ ରେସପନ୍ସ ଟିମ) ନିୟୋଜିତ କରାଯିବ । ପୁଲିସ ଓ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି । ରଥଯାତ୍ରା ଦାୟିତ୍ବରେ ଥିବା ଅଫିସରଙ୍କ ପାଇଁ ଏସ୍‌ଓପି ଜାରି କରାଯାଇଛି । କୌଣସି ଅଧିକାରୀ କର୍ତ୍ତବ୍ୟରେ ଖିଲାପ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି । ନବମୀ ସନ୍ଧ୍ୟାଦର୍ଶନ, ବାହୁଡାଯାତ୍ରା ଏବଂ ସୁନାବେଶ ପାଇଁ ପୁଲିସ ସ୍ବତନ୍ତ୍ର ସୁରକ୍ଷା ଯୋଜନା ପ୍ରସ୍ତୁତ କରିଛି । ରଥଯାତ୍ରା ପାଇଁ ଜିଲା ବାହାରର ୮୧ ପ୍ରଶାସନିକ ଅଧିକାରୀଙ୍କୁ ପୁରୀରେ ମାଜିଷ୍ଟ୍ରେଟ ଭାବେ ନିୟୋଜିତ କରାଯାଇଛି। ରଥଯାତ୍ରା ପରିଚାଳନାରେ ଅଭିଜ୍ଞତା ଥିବା ଶତାଧିକ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବ ଦିଆଯାଇଛି।

୧୦ ତାରିଖ ଦିନ ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ ରଥଉପରେ ସୁନାବେଶ କରାଯିବ ଏବଂ ୧୧ ତାରିଖରେ ଅଧର ଓ ଗରୁଡ ଶୟନ ନୀତି ହୋଇ ୧୨ ତାରିଖ ଦିନ ନିଳାଦ୍ରୀବିଜେରେ ଠାକୁରମାନେ ରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories