www.samajalive.in
Monday, December 8, 2025
24.1 C
Bhubaneswar

ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦, ନେତୃତ୍ବ ନେବେ ରୋହିତ ଶର୍ମା

ସାଉଥାମ୍ପ୍‌ଟନ :  ଇଂଲଣ୍ଡ ବିପକ୍ଷରେ ଭାରତ ଆଜି ଏଠାରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ । କୋଭିଡ୍‌-୧୯ ସଂକ୍ରମିତ ରୋହିତ ଶର୍ମା ଟେଷ୍ଟମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିବା ବେଳେ ଟି-୨୦ ଦଳର ନେତୃତ୍ବ ନେବା ପାଇଁ ଏହି ବନ୍ଦର ନଗରୀରେ ପହଞ୍ଚି ଯାଇଛନ୍ତି । ବିରାଟ କୋହଲି, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡ଼‌ଜା, ଶ୍ରେୟାସ ଆୟର ଓ ଋଷଭ ପନ୍ତ୍ ୨ୟ ମ୍ୟାଚ୍‌ରୁ ଖେଳିବେ। ତେଣୁ ପ୍ରଥମ ମ୍ୟାଚ୍‌ରେ ଏମାନଙ୍କ ଅନୁପସ୍ଥିତିରେ ଋତୁରାଜ ଗାଏକ୍‌ୱାଡ, ସଞ୍ଜୁ ସାମ୍‌ସନ, ଦୀପକ ହୁଡା, ଆଭେସ୍‌ ଖାଁଙ୍କ ପରି ଖେଳାଳିଙ୍କୁ ବିଶ୍ବକପ୍‌ ସମ୍ଭାବ୍ୟ ଖେଳାଳି ତାଲିକାରେ ନିଜ ନାମ ସାମିଲ କରିବାକୁ ଏହା ଶେଷ ସୁଯୋଗ। ଭାରତୀୟ ସମୟ ରାତି ସାଢେ ୧୦ଟାରୁ ଖେଳ ଆରମ୍ଭ ହେବ।
ରୋହିତ ଇନିଂସ ଓପନ୍‌ କରିବାର ଥିବାରୁ ଋତୁରାଜଙ୍କୁ ବସିବାକୁ ପଡ଼ିବ। ଭଲ ଫର୍ମରେ ଥିବା ଈଶାନ୍ କିଷନ ତାଙ୍କ ସ୍ଥାନ ମଜ୍‌ଭୁତ କରିବାର ପ୍ରୟାସ କରିବେ। ୨ୟ ମ୍ୟାଚ୍‌ରୁ କୋହଲି ୩ନଂ ସ୍ଥାନର ବ୍ୟାଟିଂ କରିବାର ଥିବାରୁ ଦୀପକ ହୁଡା ମଧ୍ୟ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଜାତୀୟ ମନୋନୟନକାରୀଙ୍କ ନଜରରେ ରହିବାର ପ୍ରୟାସ କରିବେ। ଆୟରଲାଣ୍ଡ ବିପକ୍ଷରେ ଶତକ ଓ ୪୭ ରନ୍‌ର ଇନିଂସ ପରେ ତାଙ୍କୁ ଏକାଦଶରୁ ବାହାରେ ରଖିବା ଦଳ ମ୍ୟାନେଜମେଣ୍ଟ ପାଇଁ କଷ୍ଟକର ବ୍ୟାପାର ହୋଇଯାଇଛି। ଅର୍ଶଦୀପ ସିଂହ ଓ ରାହୁଲ ତ୍ରିପାଠୀ ଖେଳିବାର ସମ୍ଭାବନା ବହୁତ କମ୍‌। ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବାର ପ୍ରୟାସ କରିବେ। ଆୟରଲାଣ୍ଡ ବିପକ୍ଷରେ ଶେଷ ଓଭରରେ ୧୭ ରନ୍‌ ବଞ୍ଚାଇବା ପରେ ଉମ୍ରାନ୍ ମାଲିକ୍‌ ପ୍ରଶଂସା ସାଉଁଟିଥିବା ବେଳେ ଲାଇନ୍‌ ଓ ଲେଙ୍ଗ୍‌ଥ ପ୍ରତି ତାଙ୍କୁ ଧ୍ୟାନଦେବାକୁ ପଡ଼ିବ। ସେ ଅତ୍ୟଧିକ ରନ୍‌ ବ୍ୟୟ କରୁଛନ୍ତି। ରବି ବିଷ୍ଣୋଇଙ୍କ ସ୍ଥାନରେ ଯୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଏକାଦଶକୁ ଫେରିବା ନିଶ୍ଚିତ। ଅଷ୍ଟ୍ରେଲିଆରେ ବିଶ୍ବକପ୍‌ ଖେଳିବା ପୂର୍ବରୁ ଭାରତକୁ ୧୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାର ଅଛି। ଇଂଲଣ୍ଡ ବିପକ୍ଷରେ ୩ଟି ପରେ ୱେଷ୍ଟଇଣ୍ଡିଜ୍‌ରେ ୫ଟି, ଏସିଆ କପ୍‌ରେ ପ୍ରାୟ ୫ଟି ଓ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି୨୦ ଭାରତ ଖେଳିବ। ତେଣୁ ଗୁରୁବାର ପ୍ରଥମ ଟି୨୦ରୁ ହିଁ ଭାରତର ବିଶ୍ବକପ୍‌ ପ୍ରସ୍ତୁତି ଆରମ୍ଭ ହେବ। ଇଓନ୍ ମୋର୍ଗାନ୍‌ଙ୍କ ଅବସର ପରେ ଇଂଲଣ୍ଡ ପାଇଁ ଏହି ଶୃଙ୍ଖଳାରୁ ଜୋସ୍ ବଟ୍‌ଲରଙ୍କ ଯୁଗ ଆରମ୍ଭହେବ। ବେନ୍‌ ଷ୍ଟୋକ୍‌ସ ଓ ଫର୍ମରେ ଥିବା ଜନି ବେୟାରଷ୍ଟୋଙ୍କୁ ଏହି ଶୃଙ୍ଖଳାରୁ ବାଦ୍‌ ଦିଆଯାଇଛି। ଉଭୟ ଜୋସ୍ ବଟ୍‌ଲର ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଆଇପିଏଲ୍‌ରେ ବିସ୍ଫୋରକ ଫର୍ମ ଦେଖାଇଥିଲେ। ଉଭୟଙ୍କ ପ୍ରତି ଭାରତୀୟ ବୋଲରଙ୍କୁ ସତର୍କ ରହିବାକୁ ପଡ଼ିବ। ଜେସନ୍ ରୟ ଓ ଫିଲ୍‌ ସଲ୍‌ଟ ଇନିଂସ ଓପନ୍‌ କରିପାରନ୍ତି। ଡାୱିଡ୍‌ ମାଲାନ୍‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ଦଳରେ ୩ ଜଣ ବାମହାତି ପେସ୍ ବୋଲର ଅଛନ୍ତି। ହଜ୍ ପାଇଁ ଆଦିଲ ରସିଦ୍‌ ଦଳରୁ ଓହରି ଯାଇଛନ୍ତି। ତେଣୁ ଇଂଲଣ୍ଡର ବୋଲିଂ ଏହାର ବ୍ୟାଟିଂ ପରି ଶକ୍ତିଶାଳୀ ନୁହେଁ। ଭାରତକୁ ଏହାର ଫାଇଦା ଉଠାଇବାର ପ୍ରୟାସ କରିବାକୁ ହେବ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories