www.samajalive.in
Monday, December 8, 2025
13.1 C
Bhubaneswar

ବାସ୍ତୁ ଟିପ୍ସ: ଘରର ଏହି ଦିଗରେ ଲଗାନ୍ତୁ ପକ୍ଷୀ ଫଟୋ, ବଦଳିବ ଭାଗ୍ୟ

ସମୟ ଥିଲା, ଯେତେବେଳେ ଲୋକେ ଗାଁରେ ସକାଳୁ ପକ୍ଷୀଙ୍କ ସ୍ବର ଶୁଣି ଉଠୁଥିଲେ। ପକ୍ଷୀଙ୍କ ମଧୁର ସ୍ବର ସହ ସକାଳ ହେବା ଆଜି କାଲି ସମୟରେ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ଆପଣ ନିଜ ଘରେ ପକ୍ଷୀଙ୍କ ଫଟୋ ନିଶ୍ଚୟ ଲଗାଇ ପାରିବେ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ପକ୍ଷୀଙ୍କ ଫଟୋ ଲଗାଇବା ଦ୍ବାରା ଶୁଭ ଫଳ ମିଳିଥାଏ।

ଅନେକ ଥର ଏମିତି ହୁଏ ଯେ, କଠିନ ପରିଶ୍ରମ ଏବଂ କର୍ମ ପରେ ମଧ୍ୟ ସଫଳତା ମିଳେ ନାହିଁ। ଯେଉଁମାନେ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି, ସେମାନେ ନିଜ ଘରେ ପକ୍ଷୀଙ୍କ ଫଟୋ ଲଗାଇବା ଉଚିତ। ବାସ୍ତୁ ଦୃଷ୍ଟି କୋଣରୁ ପକ୍ଷୀମାନେ ଶୁଭ ବୋଲି ବିବେଚନା କରାଯାଏ। ଯେଉଁଠାରେ ପକ୍ଷୀ ଥାଆନ୍ତି ସେଠାକାର ବାତାବରଣ ଆପେ ଆପେ ଆନନ୍ଦମୟ ହୋଇଉଠେ। ଆପଣ ଚାହିଁଲେ ଜୀବନ୍ତ ପକ୍ଷୀ ନିଜ ଘରେ ରଖିପାରିବେ, କିନ୍ତୁ ଯଦି ଆପଣ ଏହା ଚାହୁଁ ନାହାଁନ୍ତି ତେବେ ଆପଣ ଘରେ ପକ୍ଷୀମାନଙ୍କର ଚିତ୍ର କିମ୍ବା ପ୍ରତିମା ରଖିପାରିବେ।

- Advertisement -

ଏପରି କରିବା ଦ୍ବାରା ଆପଣଙ୍କ ଘର ଓ ଜୀବନରେ ସକରାତ୍ମକ ଶକ୍ତି ବାସ କରିଥାଏ ଓ ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ। ଏହାଦ୍ବାରା ସଫଳତା ମଧ୍ୟ ପାଦ ଛୁଇଁଥାଏ। ପକ୍ଷୀଙ୍କ ଚିତ୍ର ପୂର୍ବ ଦିଗରେ ଲଗାଇବା ସର୍ବୋତ୍ତମ ହୋଇଥାଏ। ବାସ୍ତୁ ଅନୁସାରେ, ଫଟୋ ଲଗାଇବା ପାଇଁ ଏହି ଦିଗଟି ଭଲ ବୋଲି ବିଶ୍ବାସ ରହିଛି।

 

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories