www.samajalive.in
Monday, December 8, 2025
24.1 C
Bhubaneswar

ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

ନବରଙ୍ଗପୁର: ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲାପ୍ରଶାସନ ପକ୍ଷରୁ ନବନିର୍ବାଚିତ ସରପଞ୍ଚ ମାନଙ୍କ ନିମନ୍ତେ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସଭାଗୃହରେ ମାନ୍ୟବର ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ଉପସ୍ଥିତି ରେ ପ୍ରଥମ ପର୍ଯ୍ୟାୟରେ ନନ୍ଦା ହାଣ୍ଡି, ଡ଼ା ବୁଗାଁ ଓ କୋଷା ଗୁମୁଡା ବ୍ଲକର ସରପଞ୍ଚ ମାନଙ୍କୁ ନେଇ ଶୁଭାରମ୍ଭ କରାଯାଇଛି ।

ତା ୪.୭.୨୦୨୨ ରିଖ ଠାରୁ ତା ୮.୭.୨୦୨୨ ରିଖ ଯାଏ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ । ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ଦିବସରେ ଜିଲ୍ଲାପାଳ ଡକ୍ଟର ମିଶ୍ର ନବନିର୍ବାଚିତ ସରପଞ୍ଚ ମାନେ ସକ୍ରୀୟ ଭାବରେ ପ୍ରିଶିକ୍ଷଣ ଶିବିରରେ ଭାଗନେଇ ନିଜେ ସଶକ୍ତ ହୋଇ ନିଜର ପଞ୍ଚାୟତକୁ ସଶକ୍ତ କରିବାରେ ସହାୟକ ହେବା ପାଇଁ ପରାମର୍ଶ ଦେଇଛନ୍ତି।

- Advertisement -

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରିତିଷ୍ଠାନର ତାଲିମ ଦାତା ସନ୍ତୋଷ କୁମାର ଷଡ଼ଙ୍ଗୀ ଓ ହବିବ ମହମ୍ମଦ ସରପଞ୍ଚ ମାନଙ୍କୁ ତାଲିମ ଦେବା ସହିତ ଏହି ପାଞ୍ଚ ଦିନିଆ ପ୍ରାରମ୍ଭିକ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ସେମାନଙ୍କ ବିଭାଗୀୟ କାର‌୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସ ଶେଷ ସୁଦ୍ଧା ପର୍ଯ୍ୟାୟକ୍ରମେ ଜିଲ୍ଲାର ସମସ୍ତ ବ୍ଲକରେ ସରପଞ୍ଚ ମାନଙ୍କୁ ଦିଆଯିବ ବୋଲି ଜିଲ୍ଲା ପରିଷଦର ଏ. ପି.ଡି ଧର୍ମ ନାରାୟଣ ସାହୁ ପ୍ରକାଶ କରିଛନ୍ତି।

 

 

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories