www.samajalive.in
Monday, December 8, 2025
14.1 C
Bhubaneswar

ପୁଣି ଜନନୀ ଯନ୍ତ୍ରଣା, ବାଟରେ କନ୍ୟା ସନ୍ତାନ ଜନ୍ମ

କଲ୍ୟାଣସିଂହପୁର : ପୁଣି ଜନନୀ ଯନ୍ତ୍ରଣା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶ୍ୱ।ଲି ପଞ୍ଚାୟତର ଦୁର୍ଗମ ନିୟମଗିରି ପାହାଡର ସାରିଝୋଲା ଗାଁର ଟୁଙ୍ଗରୁ ସିକକାଙ୍କ ଗର୍ଭବତୀ ସ୍ତ୍ରୀ କାଡ୍ରାକା ଡିକିଚି (୩୫)ଙ୍କ ଷ୍ଟ୍ରେଚରରେ ବୋହି ଆଣିବା ବାଟରେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି । ଆଜି କାଡ୍ରାକା ଡିକିଚି ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଗ୍ରାମବାସୀ ପ୍ରାୟ ୮.୩୦ମିନିଟରେ ରୋଗିବୁହା ବା ୧୦୮ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।
୧୦୮ ଆମ୍ବୁଲାନ୍ସ ରେ ଫାରମାସିଷ୍ଟ ଦୁର୍ଗା ପ୍ରସାଦ ଜେନା, ଗାଡି ଚାଳକ ଉମାକାନ୍ତ ଦଳପତି ,ହେଲ୍ପର  ମେଡି ବାବୁନି  ନିୟମଗିରି ପାହାଡର ବଡଡେଙ୍ଗିଲେଲି ପର୍ଯ୍ୟନ୍ତ ଗାଡି ନେଇ ଯାଇଥିଲେ । ସେହି ଠାରୁ ଦୁର୍ଗମ ପାହାଡିଆ ରାସ୍ତାରେ ଗାଡ଼ି ଯିବା ଅସମ୍ଭବ ହୋଇଥିବାରୁ ୧୦୮କର୍ମଚାରୀ ମାନେ ଷ୍ଟ୍ରେଚର ନେଇ ପ୍ରାୟ ୨କିମି ଯାଇ ସେଠାରେ ଯନ୍ତ୍ରଣାରେ ଡିକିଚି ଛଟ ପଟ ହୋଇଥିବା ଦେଖି ତୁରନ୍ତ ଉଦ୍ଧାର କରି  ପରିବାର ସହାୟତାରେ ଷ୍ଟ୍ରେଚରରେ ବୋହି ଆଣୁଥିଲେ ।
ବୋହି ଆଣିବା କିଛି ବାଟରେ  ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାର କିଛି ସମୟ ପରେ ପୁଣି ମାଆ ଓ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ମାଆ ଓ ଶିଶୁ କନ୍ୟା ସୁସ୍ଥ ରହିଥିବା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସଂଗ୍ରାମ ଲିମା କହିଛନ୍ତି । ଏହି ପରି କାର୍ଯ୍ୟ ଆମ୍ବୁଲାନ୍ସ କର୍ମଚାରୀ ମାନେ କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରିଥିଲେ ।
ଉକ୍ତ ଅଞ୍ଚଳରେ ବାରମ୍ବାର ଏହିପରି ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। କଲ୍ୟାଣସିଂହପୁର ମାଝୀଗୁଡା ଓ ପାର୍ସାଲ ଠାରେ ମାତୃ ଗୃହ କରାଯାଇଥିଲା , କିନ୍ତୁ ପାର୍ସାଲରେ ମାତୃ ଗୃହ ରହିଛି କୌଣସି କର୍ମଚାରୀ ନଥିବାରୁ ତାହା ବନ୍ଦ ପଡିରହିଛି । ଏହି ଅଂଚଳର ଗର୍ଭବତୀ ମାନଙ୍କୁ ପ୍ରସବର ପ୍ରାୟ ୨୦ ପୂର୍ବରୁ ଆଣି କଲ୍ୟାଣସିଂହପୁର ଓ ମାଝୀଗୁଡା ମାତୃ ଗୃହରେ ରଖି ତାଙ୍କର ଯତ୍ନ ନେଇ ପ୍ରସବ ହେବା ପର୍ଯ୍ୟନ୍ତ ରଖିବା କଥା । ମାତ୍ର ଏଠାରେ ଏପରି କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories