ନିବେଶକ ସମ୍ମିଳନୀର ଉଦଘାଟନ କଲେ ମୋଦୀ
ନୂଆଦିଲ୍ଲୀ: ନିବେଶକ ସମ୍ମିଳନୀ ଉଦଘାଟନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନ ପହଞ୍ଚିଛନ୍ତି। ରବିବାର ଡେରାଡୁନରେ ଅନୁଷ୍ଠିତ ଦୁଇ ଦିନିଆ ନିବେଶକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୋଦୀ। ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍ଙ୍କ ସମେତ ଏକାଧିକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି। କାର୍ଯ୍ୟକ୍ରମର ସମାପନ ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ହେବାର କାର୍ଯ୍ୟକ୍ରମ ରହିଛି।
ରବିବାର ଉଦଘାଟନ ଉତ୍ସବ ଅବସରରେ ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଡେରାଡୁନର ଜୋଲିଗ୍ରାଟ ବିମାନବନ୍ଦରରେ ପହଞ୍ôଚବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ରାୱତ ତାଙ୍କୁ ସ୍ୱାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ, ପିୟୁଷ ଗୋୟେଲ, ରବିଶଙ୍କର ପ୍ରସାଦ, ହରସିମରତ କୌର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀମାନେ ନିବେଶକଙ୍କ ସମ୍ମୁଖରେ ନିଜନିଜ ପକ୍ଷ ରଖିବେ। ଏହି କାର୍ଯ୍ୟକ୍ରମରେ ଭାରତ ସମେତ ଜାପାନ, ଚେକ ଗଣରାଜ୍ୟ, ଆର୍ଜେଣ୍ଟିନା, ମରିଶସ ଓ ନେପାଳରୁ ମଧ୍ୟ ନିବେଶକ ଆସିଛନ୍ତି। ନିବେଶକଙ୍କ ବ୍ୟବସାୟକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବା ସହ କେନ୍ଦ୍ର ମନ୍ତ୍ରୀ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିଛନ୍ତି।
ଉତ୍ତରାଖଣ୍ଟ ଶିଳ୍ପ ପାଇଁ ଉତ୍କୃଷ୍ଟ ସ୍ଥାନ। ରାଜ୍ୟରେ କେବଳ ୩୫ହଜାର କିମି ରାସ୍ତା ଗ୍ରାମୀଣ କ୍ଷେତ୍ର ମଧ୍ୟରେ ରହିଛି ବୋଲି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିପେନ୍ଦ୍ର ସିଂହ ରାୱତ ନିବେଶକଙ୍କୁ ସୂଚନା ଦେଇଥିଲେ।