www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରୀଲଙ୍କାର ପୁନର୍ବାସ କେନ୍ଦ୍ରରୁ ୬୦୦ରୁ ଅଧିକ ଅନ୍ତେବାସୀଙ୍କ ପଳାୟନ

ଡେସ୍କ: ଦୁଇ ଜଣ କଏଦୀ ଗୋଷ୍ଠୀ ମଧ୍ୟରେ ଝଗଡା ହେବା ପରେ ବୁଧବାର ଦିନ ଶ୍ରୀଲଙ୍କାର ପୋଲୋନାରୁୱାସ୍ଥିତ ଏକ ଥଇଥାନ କେନ୍ଦ୍ରରୁ ୬୦୦ରୁ ଅଧିକ ଅନ୍ତେବାସୀ ପଳାୟନ କରିଥିବା ଖବର ମିଳିଛି। ପୁଲିସ ମୁଖପାତ୍ର ନିହାନ ଥାଲଡୁଆ କହିଛନ୍ତି ଯେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେନା ଏବଂ ଅତିରିକ୍ତ ପୁଲିସ ଫୋର୍ସକୁ କାନ୍ଦାକୁଡୁ ପୁନର୍ବାସ କେନ୍ଦ୍ରରେ ନିୟୋଜିତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପଳାତକ ଅନ୍ତେବାସୀଙ୍କୁ ଠାବ କରିବା ପାଇଁ ଏକ ଯୋଜନା ଆରମ୍ଭ କରାଯାଇଛି।

ସେହି ଜେଲରେ ପ୍ରାୟ ୧ ହଜାର ବନ୍ଦୀ ଥିଲେ। ପୁଲିସ କହିଛି ଯେ ଏହି ଘଟଣା ପରେ ଅବଶିଷ୍ଟ ବନ୍ଦୀମାନେ ସେନା ଏବଂ ପୁଲିସକୁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ତେବେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ଏବଂ ଥଇଥାନ କେନ୍ଦ୍ରର ଚାରିପାଖରେ କର୍ଡନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories