www.samajalive.in
Tuesday, December 9, 2025
17.1 C
Bhubaneswar

ବିଜେଡି କର୍ମୀଙ୍କ ପ୍ରସ୍ତୁତି ବୈଠକ

ମୋହନା : ଗଜପତି ଜିଲା ମୋହନା ବ୍ଳକରେ ରାଜ୍ୟ ସରକାରଙ୍କର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବିଜେଡି କର୍ମୀଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ମନ୍ତ୍ରୀ ଉଷା ଦେବୀ, ସାସଂଦ ସିଦ୍ଧାନ୍ତ ମହାପାତ୍ର ଓ ଜିଲା ପର୍ଯ୍ୟବେକ୍ଷକ ଡ. ପ୍ରଦିପ ପାଣୀଗ୍ରାହୀ ମୋହନାରେ ଏହି ଯୋଜନା ଅଧିନରେ ଲୋକଙ୍କୁ ରାସନ କାର୍ଡ ବଣ୍ଟନ କରିବେ। ଏହି ଉଦ୍ଦେଶ୍ୟରେ ମୋହନା ବ୍ଳକର ବିଜେଡି କର୍ମୀଙ୍କର ଶନିବାର ପିଡବ୍ଳ୍ୟୁଡି ବଙ୍ଗଳାଠାରେ ଯୁବ ନେତା ବିଳାଶ ନାୟକଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅକ୍ଟୋବର ୨ ରୁ ଆରମ୍ଭ ହୋଇଥିବା ଜନ ସଂପର୍କ ଯାତ୍ରା ମୋହନା ନିର୍ବାଚନ ମଣ୍ଡଳୀରେ କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ଏବଂ  କିଭଳି ବହୁ ସଂଖ୍ୟାରେ କର୍ମୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ସେଥିପାଇଁ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଥିଲା। ଏହା ସହ ସରକାରଙ୍କ ଉନ୍ନତି ମୂଳକ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ନିତ କରିବା ଏବଂ ଲୋକଲୋଚନକୁ ଆଣିବା, ଗରିବ, ଚାଷୀ ଓ ମଜୁରିଆ ମାନଙ୍କ ପାଇଁ ସରକାର ଯେଉଁ ସବୁ ସୁବିଧା କରିଛନ୍ତି ସେସବୁ ବିଷୟରେ ବୁଝାଇବା ସହ ଲୋକଙ୍କ ପାଖରେ କିପରି ଖବର ପହଞ୍ଚିବ ସେ ବିଷୟରେ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା। ଦଳ ମଧ୍ୟରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଠ ଥିଲେ ସେମାନଙ୍କୁ ବୁଝା ସୁଝା କରି ବିଜେଡି ଦଳକୁ ମଜଭୁତ କରିବା ପାଇଁ ଉପସ୍ଥିତ କର୍ମୀ ଓକିଲ ରାଜେନ୍ଦ୍ର ନାୟକ, ଥମାସ ମାଇକେଲ, ବ୍ଳକ ସଭାପତି ରଞ୍ଜୀବ ଶବର, ପ୍ରକାଶ ନାୟକ, ନରୋତମ ପାତ୍ର, ସରପଞ୍ଚ ଅଭିମନ୍ୟୁ ପ୍ରଧାନ, ତାବିତା ରଇତ, ଉମା ସାହୁ ଆଦି ବହୁ କର୍ମୀ ବୈଠକରେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories