www.samajalive.in
Monday, December 8, 2025
14.1 C
Bhubaneswar

ଆସାମରେ ବନ୍ୟା ବିଭୀଷିକା ; ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି

ଗୌହାଟି : ଆସାମରେ ପ୍ରବଳ ବର୍ଷା କାରଣରୁ ବନ୍ୟାର ବିଭୀଷିକା ଦେଖାଦେଇଛି। ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୧୮କୁ ବୃଦ୍ଧି ପାଇଛି। ଏବେ ମଧ୍ୟ ପ୍ରବଳ ବର୍ଷା ସହ ବନ୍ୟାର ସ୍ଥିତି ସମସ୍ୟା ବଢାଇ ଦେଇଛି। ରାଜ୍ୟର ୨୮ ଜିଲାର ୩୩ ଲକ୍ଷରୁ ଅଧିକ ଲୋକେ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି। ନାଗୌନ ଜିଲାର ପ୍ରାୟ ୧୬୬ ଗାଁ ଲୋକେ ପାଣି ଭିତରେ ଫସି ରହିଛନ୍ତି। ଘର ଭିତରେ ପାଣି ପ୍ରବେଶ କରିବାରୁ ଲୋକେ ଜାତୀୟ ରାଜପଥରେ ତମ୍ବୁ ଟାଣି ରହିବାକୁ ବାଧ୍ୟ ହୋଇଛନ୍ତି।
ନାଗୌନ ଅଧିକାଂଶ ଅଞ୍ଚଳ ସହ ପ୍ରାୟ ୧.୪୨ ଲକ୍ଷ ଲୋକେ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକଙ୍କ ଘର ବନ୍ୟା ପାଣିରେ ବୁଡି ଯାଇଛି। ଲୋକେ ରାସ୍ତା ଉପରେ ତମ୍ବୁ ଆଶ୍ରାରେ ରହିଛନ୍ତି। କେନ୍ଦ୍ର ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ନିକଟରେ ଏହି ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଓ ବର୍ଷା ପାଇଁ ପ୍ରାୟ ୨.୬୫ ଳକ୍ଷରୁ ଅଧିକ ଲୋକେ ରିଲିଫ କ୍ୟାମ୍ପରେ ରହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories