www.samajalive.in
Tuesday, December 9, 2025
16.1 C
Bhubaneswar

ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗାଁ କଲ୍ୟାଣ ସମିତି ବିଷୟରେ ତାଲିମ

ଫୁଲବାଣୀ : ସଂପ୍ରତି ରାଜ୍ୟରେ ସ୍ୱାସ୍ଥ୍ୟଗତ ଗ୍ରାମୀଣ ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଥିବା ବେଳେ ଗାଁ କଲ୍ୟାଣ ସମିତି ପରିଚାଳନା ତତ୍ମଧ୍ୟରୁ ଅନ୍ୟତମ। ସେଥି ନିମନ୍ତେ ଏହାର ଗୁରୁତ୍ୱକୁ ଆଖି ଆଗରେ ରଖି “କ୍ରାଏ” କୋଲକତାଙ୍କ ସହାୟତାରେ ଫିରିଙ୍ଗିଆ ବ୍ଳକର ଦୁର୍ଗମ ଓ ଅପହଞ୍ଚି ଅଞ୍ଚଳ ଭାବେ ପରିଚିତ ପାହିରାଜୁ ଓ ବାଲନ୍ଦାପଡା ଠାରେ ସ୍ୱାତୀ ପକ୍ଷରୁ ଗାଁ କଲ୍ୟାଣ ସମିତି ପରିଚାଳନା ଶୀର୍ଷକ ଦିନିକିଆ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବାଲନ୍ଦାପଡା ଗ୍ରାମପଞ୍ଚାୟତର ସରପଞ୍ଚ ନିରାକାର ନାୟକ ଓ ପାହିରାଜୁ ସରପଞ୍ଚ କେଶବ କହଁର ଉଦ୍ଘାଟନ କରି ଏହି ତାଲିମ୍ ଟି ଗାଁ କଲ୍ୟାଣ ସମିତିର ସଭାପତି ତଥା ନବ ନିର୍ବାଚିତ ୱାର୍ଡ ସଭ୍ୟସଭ୍ୟା ମାନଙ୍କ ପାଇଁ ନିଶ୍ଚିତରୂପେ ସହାୟକ ହେବବୋଲି କହିଥିଲେ। ଅନୁଷ୍ଠାନ ତରଫରୁ ବିଶ୍ୱରଞ୍ଜନ କର ତାଲିମ୍ ପରିଚାଳନା କରିଥିଲେ ଏବଂ ଆଲୋକ ସାମନ୍ତରାୟ ସହଯୋଗ କରିଥିଲେ। ତାଲିମ୍ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଆସୁଥିବା ୧୦ ହଜାର ଟଙ୍କାର ଖୋଲାପାଣ୍ଠିକୁ ରାଜସ୍ୱ ଗ୍ରାମ ମାନଙ୍କରେ କିପରି ସୁ-ବିନିଯୋଗ କରି ସେ ନେଇ ଆଲୋଚନା କରାଯାଇଥିଲା। ଗାଁ କଲ୍ୟାଣ ସମିତିର ଗଠନ ପ୍ରଣାଳୀ, ହାତକୁ ନିଆଯାଇ ପାରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ସ୍ୱାସ୍ଥ୍ୟ ଓ ସୁସ୍ଥ ପରିମଳର ସମନ୍ୱୟ ସଭାପତି ଓ ଆବାହିକାଙ୍କ ଭୂମିକା, ଆଶାକର୍ମୀ ମାନଙ୍କ ଭୂମିକା ଓ ସଠିକ୍ ଦାୟୀତ୍ୱ ବଣ୍ଟନ ବିଷୟରେ ବୁଝାଯାଇଥିଲା। ଏଥି ସହିତ ବାର୍ଷିକ ଯୋଜନା ଗୁଡିକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ବର୍ଷ ଆରମ୍ଭରେ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଉପଦେଶ ଦିଆଯାଇଥିଲା। ତତ୍ସହିତ ଯୋଜନାରେ କିପରି ଗ୍ରାମରେ ଥିବା ଦୁଃଖୀ ଓ ଅସହାୟ ପରିବାର ଗୁଡିକ ଯେଡିହେବେ ସେଥିନିମନ୍ତେ ଧ୍ୟାନ ଦେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ମାଣିକ ବେହେରା, ପ୍ରଭାସିନି ଦଳବେହେରା, ଅନନ୍ତଚରଣ, ପୁଷ୍ପିତା ସାହୁ ଓ ଅନୁପମା କହଁର ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories