www.samajalive.in
Monday, December 8, 2025
13.1 C
Bhubaneswar

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ ତୁଳସୀ ଚା’

ବର୍ତମାନ ସମୟରେ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ପାଇଁ ଚିନ୍ତିତ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ଔଷଧ ସେବନର ମଧ୍ୟ ଆବଶ୍ୟକତା ରହିଛି। ଏହାସହ ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ରଖିବା ସହ କିଛି ଘରୋଇ ଉପାୟ ମଧ୍ୟ ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହେବାରେ ସହାୟକ ହୋଇଥାଏ। ଅତ୍ୟଧିକ ଲୁଣର ସେବନ ଓ ଛଣାଛଣି ଖାଦ୍ୟ ଖାଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ତୁଳସୀ ଖୁବ ଉପକାରୀ। ତେବେ ଜାଣନ୍ତୁ ତୁଳସୀ ଚା’ କିପରି ପ୍ରସ୍ତୁତ କରିବେ ଓ ଏହା ରକ୍ତଚାପ ରୋଗୀଙ୍କ ପାଇଁ କେତେ ଉପକାରୀ।
ତୁଳସୀର ଧାର୍ମିକ ମହତ୍ୱ ସହ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ ଅନେକ ଦୂର ପାଇଁ ତୁଳସୀର ବ୍ୟବହାର ହୋଇଥାଏ। ଅନୁସନ୍ଧାନ ଅନୁଯାୟୀ, ତୁଳସୀ ଚା’ର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ।
ତୁଳସୀରେ ଥିବା ପୋଷକ ତତ୍ୱ ଥଣ୍ଡାକାଶ ଭଳି ସମସ୍ୟାକୁ ଦୂର କରିଥାଏ।
ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଏହା ଶରୀରରେ ଷ୍ଟ୍ରେସ୍ ହରମୋନ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ।
ତୁଳସୀ ଚା’ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ଫଳରେ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ।
ଏଥିରେ ଥିବା ପୋଷକ ତତ୍ୱ ଶିରାପ୍ରଶିରାରେ ସଠିକ ଭାବେ ରକ୍ତ ସଂଚାଳନ କରିବାରେ ସହାୟକ ହୋଇଥାଏ। ଏହାସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଏଭଳି ପ୍ରସ୍ତୁତ କରନ୍ତୁ ତୁଳସୀ ଚା’
ପ୍ରଥମେ ଏକ କପ ପାଣିରେ ୩ ରୁ ୪ ଟି ତୁଳସୀ ପତ୍ର ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ।
କିଛି ସମୟ ପରେ ଏହାକୁ ଏକ ଗ୍ଲାସକୁ କାଢି ସ୍ୱାଦ ପାଇଁ ଅଳ୍ପ ମହୁ ମିଶାଇ ପିଅନ୍ତୁ।
ଏକ ଚାମଚ ଲେମ୍ବୁ ରସ ମଧ୍ୟ ଏଥିରେ ମିଶାଇ ପାରିବେ। ଏହାସହ ଚା’ ପ୍ରସ୍ତୁତ କରିବା ସମୟରେ ଅଳ୍ପ ଅଦା ଓ ଗୁଜୁରାତି ଗୁଣ୍ଡ ମଧ୍ୟ ମିଶାଇ ପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories