www.samajalive.in
Tuesday, December 9, 2025
17.1 C
Bhubaneswar

‘ଅଗ୍ନିପଥ’କୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଲା ବାୟୁସେନା; ଅଗ୍ନିବୀର ପାଇବେ ଏହି ସବୁ ସୁବିଧା..

ନୂଆଦିଲ୍ଲୀ: ‘ଅଗ୍ନିପଥ’ ନିଯୁକ୍ତିକୁ ନେଇ ବାୟୁସେନା ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ଦରମା, ଛୁଟି ଓ ୟୁନିଫର୍ମ ବାବଦରେ ସମସ୍ତ ବିସ୍ତୃତ ତଥ୍ୟ ଦେଇଥିବା ଦେଖିବାକୁ ମିଳିଛି ।  ବାୟୁସେନାର ସୂଚନା ମୁତାବକ ୧କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ୍‌ ସୁବିଧା ପାଇବେ ଅଗ୍ନିବୀର । ତାହା ସହ ସେମାନେ ଚାକିରିରେ ନିଯୁକ୍ତ ଥିବା ସମୟରେ ସହିଦ ହେଲେ ୧କୋଟି ଟଙ୍କାର ସହାୟତା ତାଙ୍କ ପରିବାରକୁ ଦିଆଯିବ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ଡ୍ୟୁଟି କରିବା ସମୟରେ ଅର୍ଥାତ୍‌ କର୍ମକ୍ଷେତ୍ରରେ ଯଦି ଜଣେ ଅଗ୍ନିବୀର ବିକଳାଙ୍ଗ ହୁଅନ୍ତି ତେବେ ତାଙ୍କୁ ୪୪ଲକ୍ଷ ଟଙ୍କା ବାୟୁସେନା ପକ୍ଷରୁ ସହାୟତା ଦିଆଯିବ ବୋଲି କୁହାଯାଇଛି ।

ଏଥି ସହିତ ଅଗ୍ନିବୀର ମାନଙ୍କୁ ବର୍ଷକୁ ୩୦ ଦିନର ଛୁଟି ସହ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମଧ୍ୟ ଛୁଟିମିଳିବ । ପ୍ରଥମ ବର୍ଷରେ ଅଗ୍ନିବୀର ମାନେ ମାସିକ ୩୦ ହଜାର ଟଙ୍କା ଦରମା ପାଇବେ । ସମ୍ପୂର୍ଣ୍ଣ ଦରମାରୁ ୨୧ ହଜାର ଟଙ୍କା ଅଗ୍ନିବୀରଙ୍କ ବ୍ୟାଙ୍କ ଖାତାକୁ ଯିବ ଏବଂ  ବଳକା ୯ ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ ବୋଲି ବାୟୁସେନାର ସୂଚନା ଦେଇଛି । ପ୍ରତିବର୍ଷ ଦରମା ବୃଦ୍ଧି ହେବା ସାଙ୍ଗକୁ ଚତୁର୍ଥ ବର୍ଷରେ ୪୦ ହଜାର ଟଙ୍କା ଅଗ୍ନିବୀର ପାଇବେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ରହିବା ସହ ୪ ବର୍ଷ ପରେ ୧୦.୦୪ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଇଛି ।

- Advertisement -

ଅନ୍ୟପଟେ ‘ଅଗ୍ନିପଥ’ ନିଯୁକ୍ତିକୁ ନେଇ ସାରା ଦେଶରେ ଦେଖାଦେଇଛି ଅସନ୍ତୋଷ । ‘ଅଗ୍ନିପଥ’ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବୈଠକ ଡକାଇଛନ୍ତି । ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଜଣାପଡ଼ିଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ୩ ସେନାର ମୁଖ୍ୟ ଉପସ୍ଥିତ ରହିଥଇବା ଜଣାପଡ଼ିଛି । ସ୍ଥଳସେନା. ନୌସେନା ଓ ବାୟୁସେନା ମୁଖ୍ୟଙ୍କ ସହ ‘ଅଗ୍ନିପଥ’କୁ ନେଇ ବିଶେଷ ଆଲୋଚନା କରୁଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories