www.samajalive.in
Tuesday, December 9, 2025
17.1 C
Bhubaneswar

‘ଅଗ୍ନିପଥ’ ବିବାଦ; ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ସେନାର ମୁଖ୍ୟଙ୍କ ସହ ବସିଛି ବୈଠକ

ନୂଆଦିଲ୍ଳୀ: ଦେଶରେ ବଢ଼ୁଛି ‘ଅଗ୍ନିପଥ’ ବିବାଦ । ‘ଅଗ୍ନିପଥ’ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବୈଠକ ଡକାଇଛନ୍ତି । ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଜଣାପଡ଼ିଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ୩ ସେନାର ମୁଖ୍ୟ ଉପସ୍ଥିତ ରହିଥଇବା ଜଣାପଡ଼ିଛି । ସ୍ଥଳସେନା. ନୌସେନା ଓ ବାୟୁସେନା ମୁଖ୍ୟଙ୍କ ସହ ‘ଅଗ୍ନିପଥ’କୁ ନେଇ ବିଶେଷ ଆଲୋଚନା କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଗତ ବୁଧବାରଠାରୁ ଆରମ୍ଭ ହୋଇଛି ହିଂସାତ୍ମକ ବିକ୍ଷୋଭ । ଏହି ବିକ୍ଷୋଭ ସାରା ଦେଶରେ ଦେଖିବାକୁ ମିଳିଲାଣି । ବିହାରରୁ ଏହି ବିକ୍ଷୋଭ ଆରମ୍ଭ ହୋଇ ବର୍ତ୍ତମାନ ଦେଶର ପ୍ରୟା ଅଧିକାଂଶ ରାଜ୍ୟକୁ ବ୍ୟାପିଗଲାଣି । ଗୁରୁବାର ବିହାରରେ ବିକ୍ଷୋଭକାରୀ ଗୋଟିଏ ଟ୍ରେନ୍‌ ପୋଡ଼ିଥିବାବେଳେ ଶୁକ୍ରବାର ବିହାର, ଉତ୍ତର ପ୍ର​‌ଦେଶ ଓ ତେଲଙ୍ଗାନା ଆଦି ରାଜ୍ୟରେ ମୋଟ ୧୨ଟି ଟ୍ରେନ୍‌ରେ ନିଆଁ ଲଗାଇ ଦିଆଥିଲେ । ପରେ ପରେ ଅନେକ ରାଜ୍ୟରେ ହିଂସା ଦେଖିବାକୁ ମିଳିଲାଣି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି । ଏହି କାରଣରୁ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବୈଠକ ଡକାଇବା ସହ ତିନି ସେନାର ମୁଖ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି ।

- Advertisement -

ଏହି ‘ଅଗ୍ନିପଥ’ ଯୋଜନା କାରଣରୁ ତେଲଙ୍ଗାନାର ସିକନ୍ଦରାବାଦ ଠାରେ ଜ​‌ଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି । ୧୫ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ବର୍ତ୍ତମାନ ମଧ୍ୟ କେତେକାଂଶ ସ୍ଥାନରେ ପୁଲିସ ବହୁ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories