www.samajalive.in
Monday, December 8, 2025
27.1 C
Bhubaneswar

‘ଅଗ୍ନିପଥ’କୁ କଂଗ୍ରେସର ବିରୋଧ; ଦିଲ୍ଲୀ ଜନ୍ତରମନ୍ତରରେ ସତ୍ୟାଗ୍ରହ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ସତ୍ୟାଗ୍ରହ କରୁଛି କଂଗ୍ରେସ । ସକାଳ ୧୦ଟାରୁ ଦିଲ୍ଲୀ ଜନ୍ତରମନ୍ତରରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି ସତ୍ୟାଗ୍ରହରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇଥିବା ବେଳେ ଏଥିରେ ବହୁ କଂଗ୍ରେସର ନେତା ଓ କର୍ମୀ ମାନେ ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ଫେରାଇ ନିଅନ୍ତୁ ବୋଲି କଂଗ୍ରେସ ଦାବି କରି ଏହି ସତ୍ୟାଗ୍ରହ କରିଛି ।  କିଛି ସମୟ ପରେ କଂଗ୍ରେସର ବରିଷ୍ଟ ନେତା ରାହୁଲ ଗାନ୍ଧୀ ଏହି ସତ୍ୟାଗ୍ରହ​‌ରେ ସାମିଲ ହେବେ । ‘ଅଗ୍ନିପଥ’କୁ ନେଇ ସାରା ଦେଶରେ ନିଆଁ ଜଳୁଛି ।

 ‘ଅଗ୍ନିପଥ’ ବିରୋଧରେ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ । ସେ କହିଥିଲେ ଖୁବ୍‌ଶୀଘ୍ର ‘ଅଗ୍ନିପଥ’ରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ । ୨୦୨୨ରେ ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେପଟେ ଗତ ଶୁକ୍ରବାର ଦିନ କଟକରେ ଏହାର ତାତି ଦେଖିବାକୁ ମିଳିଥିଲା । କ୍ୟାଣ୍ଟନାମଣ୍ଟ ରୋଡ୍‌ ସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରାଯାଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories