www.samajalive.in
Wednesday, December 10, 2025
26.1 C
Bhubaneswar

୧୮ ବର୍ଷ ପରେ ମିଳିଲା ପତ୍ନୀ ହତ୍ୟା ମାମଲାରୁ ଆଶ୍ୱସ୍ତି; ସୁହେବ ଇଲିଆସି ଦୋଷମୁକ୍ତ

ନୂଆଦିଲ୍ଲୀ : ଦୀର୍ଘ ୧୮ ବର୍ଷ ପରେ ଶୁକ୍ରବାର ଟେଲିଭିଜନର ପୂର୍ବତନ ପ୍ରଯୋଜକ ତଥା ଉପସ୍ଥାପକ ସୁହୈବ ଇଲିଆସିଙ୍କୁ ତାଙ୍କ ପ୍ରଥମ ପତ୍ନୀ ଅଞ୍ଜୁଙ୍କ ହତ୍ୟା ମମଲାରୁ ଆଶ୍ୱସ୍ତି ମିଳିଛିି। ଅଞ୍ଜୁଙ୍କୁ ହତ୍ୟା କରିବା ନେଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ନ ଥିବା ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ଇଲିଆସିଙ୍କୁ ଶୁକ୍ରବାର ଦୋଷମୁକ୍ତ ଘୋଷଣା କରିଛନ୍ତି। ୨୦୧୭ ଡିସେମ୍ବର ୨୦ରେ ତଳକୋର୍ଟ ଇଲିଆସିଙ୍କୁ ଏହି ମାମଲାରେ ଦୋଷୀ ଘୋଷଣା କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ଇଲିଆସି ପତ୍ନୀଙ୍କୁ ହତ୍ୟା କରି ତାହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ବୋଲି ତଳକୋର୍ଟ ରାୟ ଦେଇଥିଲେ।
ମାତ୍ର କୌଣସି ବଳିଷ୍ଠ ପ୍ରମାଣ ନ ଥିବା ବେଳେ କେବଳ ଅନୁମାନ ଭିତ୍ତିରେ ଇଲିଆସିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ବେଳେ ତାଙ୍କ ଓକିଲ ରାଜୀବ ମୋହନ ଏବଂ ଅଭିମନ୍ୟୁ କାମ୍ପାନୀ ଯୁକ୍ତି ବାଢିଥିଲେ। ସେମାନଙ୍କ ଯୁକ୍ତିର ଅନୁଶୀଳନ କରିବା ପରେ ହାଇକୋର୍ଟ ତଳକୋର୍ଟଙ୍କର ରାୟକୁ ରଦ୍ଦ କରିଛନ୍ତି। ୫୨ ବର୍ଷ ବୟସ୍କ ଇଲିଆସିଙ୍କ ବିରୋଧରେ କୌଣସି ପ୍ରମାଣ ନ ଥିବା ବେଳେ ପ୍ରତିପକ୍ଷ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଛି ବୋଲି ହାଇକୋର୍ଟ ବିଚାରପତି ଏସ୍‍. ମୁରଲିଧର ଏବଂ ବିଚାରପତି ବିନୋଦ ଗୋଏଲଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି। ତେବେ ତଳକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଇଲିଆସିଙ୍କୁ ୨୦୧୭ ଡିସେମ୍ବର ୧୬ରେ ହାଜତକୁ ନିଆଯାଇଥିଲା। ପରେ ଇଲିଆସି ହାଇକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଥିଲେ ଯେ ତାଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁଯାୟୀ ଅଭିଯୋଗ ଅଣାଯିବା ପରେ ସମସ୍ତ ସାକ୍ଷୀମାନଙ୍କୁ ପଚରାଉଚୁରା କରିବାର ସୁଯୋଗ ତାଙ୍କୁ ଆଦୌ ଦିଆଯାଇ ନ ଥିଲା। ଏପରିକି ଅଞ୍ଜୁଙ୍କ ହତ୍ୟା ଘଟଣାର ତିନି ମାସ ପର୍ଯ୍ୟନ୍ତ ପୁଲିସ କୌଣସି ତଥ୍ୟ ପ୍ରମାଣ ସଂଗ୍ରହ କରି ନ ଥିଲା। ତାଙ୍କ ବିରୋଧରେ ମଧ୍ୟ ପୁଲିସ କୌଣସି ପ୍ରମାଣ ପାଇ ନ ଥିଲା। ଅନ୍ୟପଟେ ଇଲିଆସି ତଦନ୍ତକାରୀମାନଙ୍କୁ ଦିଗହରା କରିଛନ୍ତି ବୋଲି ପୁଲିସ ଅଭିଯୋଗ କରିଥିଲା।
ପୂର୍ବରୁ ଇଲିଆସିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‍ (ଆଇପିସି) ଧାରା ୩୦୪ ଖ ଅଧୀନରେ ଯୌତୁକ ମୃତ୍ୟୁ ଅଭିଯୋଗ ଅଣାଯାଇଥିଲା। ଅଞ୍ଜୁଙ୍କ ମା’ ରୁକମା ସିଂହ ଏବଂ ଭଉଣୀ ରଶ୍ମୀ ସିଂହଙ୍କ ଆବେଦନ କ୍ରମେ ଇଲିଆସିଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁସାରେ ହତ୍ୟା ମାମଲା ଚାଳାଇବାକୁ ହାଇକୋର୍ଟ ୨୦୧୪ ଅଗଷ୍ଟରେ ନିର୍ଦେଶ ଦେଇଥିଲେ। ଉଲ୍ଲେଖ ଯେ, ୨୦୦୦ ଜାନୁଆରୀ ୧୧ରେ ଅଞ୍ଜୁଙ୍କୁ ରକ୍ତାକ୍ତ ଅବସ୍ଥାରେ ପୂର୍ବଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ‘ଇଣ୍ଡିଆସ୍‍ ମୋଷ୍ଟ ୱାଣ୍ଟେଡ୍‍’ ଶୀର୍ଷକ ଟେଲିଭିଜନ ଅପରାଧ କାର୍ଯ୍ୟକ୍ରମରେ ଉପସ୍ଥାପନା କରି ଚର୍ଚ୍ଚାକୁ ଆସିଥିବା ଇଲିଆସିଙ୍କୁ ପୁଲିସ ୨୦୦୧ ମାର୍ଚ୍ଚ ୨୮ରେ ଗିରଫ କରିଥିଲା। ଯୌତୁକ ପାଇଁ ସେ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଞ୍ଜୁଙ୍କ ମା’ ଓ ଭଉଣୀ ଅଭିଯୋଗ କରିଥିଲେ। ପରେ ଇଲିଆସିଙ୍କୁ ଜାମିନ ମିଳିଥିଲା।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories