www.samajalive.in
Monday, December 8, 2025
13.1 C
Bhubaneswar

ସରପଞ୍ଚଙ୍କ ନାଁରେ ଅଭିଯୋଗ; ପାଉଣା ପାଇଁ ବ୍ଲକ ଅଫିସ ପହଞ୍ଚିଲେ ଶ୍ରମିକ

କଂଟାବାଞ୍ଜି: ଗାଁ ଲୋକ ନିଜ ଅଞ୍ଚଳରେ ରହିବେ । ଭଲରେ ରହି ନିଜ ଭିଟାମାଟିରେ କାମ କରି ଦୁଇ ପଇସା ରୋଜଗାର କରି ପରିବାର ଚଲେଇବେ ବୋଲି ରାଜ୍ୟ ସରକାର କରିଛନ୍ତି ଅନେକ ଯୋଜନା । ହେଲେ ଏହି ସବୁ ଯୋଜନା ଯେମିତି ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତରେ ଠିକରେ କାର୍ଯ୍ୟକାରି ହେଉନାହିଁ । ମନରେଗା ଯୋଜନାରେ ଶ୍ରମିକ କାମ କରୁଛନ୍ତି ହେଲେ ସରପଞ୍ଚଙ୍କ ମନମୁଖୀ କାମ ଯୋଗୁ ଶ୍ରମିକ ମାନେ ନିଜ ହକ ଅଧିକାରରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ଚଟୁଅନକା ପଞ୍ଚାୟତର ବେହେରେନସିଲେଟ, କୁର୍ଲି ଏବଂ ଚଟୁଅନକା ଗାଁରେ ମନରେଗା ଯୋଜନାରେ ମାଟି କାମ ହେଉଛି । ଶ୍ରମିକ ମାନେ ଏହି କାମରେ ନିୟୋଜିତ ହୋଇଛନ୍ତି ।

ଶ୍ରମିକ ମାନଙ୍କ କାମ ଏବଂ କେଉଁ ମାନେ ଏହି କାମରେ ନିୟୋଜିତ ଅଛନ୍ତି ସେହି ରିପୋର୍ଟ ସରପଞ୍ଚଙ୍କ ଦସ୍ତଖତ କରାଇ ସପ୍ତାହକୁ ଥରେ ରିପୋର୍ଟ ଦିଆଯାଇଥାଏ । ଗତ ଦୁଇ ସପ୍ତାହ ହେଲା ସରପଞ୍ଚ ଦସ୍ତଖତ ଦେବାକୁ ମନା କରି ଦେଇଥିବାରୁ ରିପୋର୍ଟ ଯାଇ ପାରିନାହିଁ । ଯାହା ଫଳରେ ଆଗକୁ ଏହି ୧୫ ଦିନର କାମର ଟଙ୍କା ଶ୍ରମିକ ମାନେ ପାଇବାରୁ ବଞ୍ଚିତ ହେବେ ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ସରପଞ୍ଚ ଜ୍ଞାନରଞ୍ଜନ ତାଣ୍ଡି ଜଣେ ଭଲ ଲୋକ ବୋଲି ତାଙ୍କୁ ସରପଞ୍ଚ ଭାବେ ପଞ୍ଚାୟତର ଭୋଟର ନିର୍ବାଚିତ କରିଥିଲେ । ହେଲେ ବର୍ତ୍ତମାନ ସମୟରେ ସରପଞ୍ଚ ନିଜ ମନମୁଖି କାମ କରି ଶ୍ରମିକ ମାନଙ୍କ ହକ ଅଧିକାରକୁ ଅଣଦେଖା କରୁଥିବା ଲୋକେ କହୁଛନ୍ତି ।

- Advertisement -

ଅନ୍ୟ ପକ୍ଷରେ ଶ୍ରମିକ ମାନେ ନିଜର ପାଉଣା ପାଇଁ ସୋମବାର ତୁରେକେଲା ବ୍ଲକ ଅଫିସ ପହଞ୍ଚିଥିଲେ । ସେଠାରେ ବିଡିଓ ଦେବାଷିଶ ସାମଲଙ୍କୁ ସାକ୍ଷାତ କରିବା ସହ ଏକ ଦାବିପତ୍ର ଦେଇଥିଲେ । ନିଶ୍ଚିତ ଭାବେ ଶ୍ରମିକ ମାନେ ତାଙ୍କ ପାଉଣା ପାଇବେ ବୋଲି ବିଡିଓ କହିଛନ୍ତି । ତେବେ ଏଠାରେ ଏକ ବଡ ପ୍ରଶ୍ନ ଆସୁଛି ଶ୍ରମିକ ମାନେ କାମ କରୁଛନ୍ତି କିନ୍ତୁ ସରପଞ୍ଚ କାହିକିଁ ଦସ୍ତଖତ କରିବାକୁ ଅମଙ୍ଗ ହେଉଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories