www.samajalive.in
Monday, December 8, 2025
17.1 C
Bhubaneswar

ଧାମରାରେ କଳଭର୍ଟକୁ ସ୍ଲୁଇସ ଗେଟରେ ପରିଣତ କରିବାକୁ ଦାବି

ଧାମରା :ଧାମରା ରେ ଥିବା ଏକ କଲଭର୍ଟ ପୁନଃ ନିର୍ମାଣ କରିବାକୁ ଅଂଚଳବାସୀ ଜଳସମ୍ପଦ ବିଭାଗ ପାଖରେ ଦାବୀ ଜଣାଇଛନ୍ତି । ଧାମରାଇ ମନ୍ଦିର ନିକଟରେ ଜଳସମ୍ପଦ ବିଭାଗର ଏକ କଲଭର୍ଟ ଅଛି । ସେହି କଲଭର୍ଟ ଅତ୍ୟନ୍ତ ପୁରୁଣା ହୋଇ ଯାଇଥିବା ବେଳେ ସେହି କଲଭର୍ଟ ଦେଇ ସବୁ ସମୟରେ ଲୁଣା ପାଣି ଆସି ଧାମରା ମନ୍ଦିର ନିକଟରେ ଥିବା ପଡିଆ ଟି ସଂପୂର୍ଣ ଜଳମଗ୍ନ ହୋଇ ଯାଉଥିବା ବେଳେ ମନ୍ଦିର ନିକଟକୁ ମଧ୍ୟ ଏହି ଲୁଣା ପାଣି ମାଡି ଆସୁଛି ।

ବର୍ଷର ଅଧିକାଂଶ ସମୟ ଏହି ପଡିଆ ଜଳମଗ୍ନ ହେଉଥିବା କଥା ଅଭିଯୋଗ ହୋଇଥିଲେ ମଧ୍ୟ ବାସୁଦେବପୁର ଜଳସମ୍ପଦ ବିଭାଗ ଏଥି ପ୍ରତି ନଜର ଦେଉ ନଥିବା ଜଣାଯାଇଛି । ଏହା ଫଳରେ ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ମନ୍ଦିରକୁ ଆସୁଥିବା ବିଭିନ୍ନ ଅଂଚଳରୁ ବହୁ ଭକ୍ତ ଏବଂ ଭକ୍ତା ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ମନ୍ଦିରକୁ ଆସୁଥିବା ଜନତା ମନ୍ଦିରର ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟ ବୁଲି ଦେଖିବାରେ ସଫଳ ହୋଇ ପାରୁ ନାହାନ୍ତି । ତୁରନ୍ତ ଏହି କଳଭର୍ଟକୁ ସ୍ଲୁଇସ ଗେଟରେ ପରିଣତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି । ଏହି ଅଭିଯୋଗକୁ ଧାମରା ମନ୍ଦିର ତଥା ମକରମେଳା କମିଟି ତରଫରୁ ବାଲେଶ୍ୱର ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତୀ, କାର୍ଯ୍ୟନିର୍ବାହୀ ଯନ୍ତୀ ବାସୁଦେବପୁର ଠାରେ ଥିବା ଉପଖଣ୍ଡ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତୁରନ୍ତ ଏହି କଲଭର୍ଟକୁ ସ୍ଲୁଇସ ଗେଟରେ ପରିଣତ କରିବା ସହ ନୂତନ ଭାବେ ନିର୍ମାଣ କରାଗଲେ ଏହି ଅଂଚଳ ଅଧିକ ସୌନ୍ଦର୍ଯ୍ୟ କରଣ ହେବା ସହ ଧାମରାଇ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ମଧ୍ୟ ହୋଇ ପାରିବ ବୋଲି ଧମରାଇ ମନ୍ଦିର କମିଟିର ଶରତ କୁମାର ଦଳେଇ,ପ୍ରକାଶ ତରାଇ,ନିତ୍ୟାନନ୍ଦ ବେହେରା ପ୍ରମୁଖ ନିଜର ଦାବି ଜଣାଇଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories