www.samajalive.in
Monday, December 8, 2025
14.1 C
Bhubaneswar

ମାତ୍ର ୧୫ ମିନିଟ୍‍ : ପାର୍ଲର ଭଳି ଚମକିବ ତ୍ୱଚା

ଉତ୍ତମ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଅମୃତଭଣ୍ଡା ଖୁବ ଉପକାରୀ। ଭିଟାମିନ ଓ ମିନେରାଲ୍ସରେ ଭରପୁର ଅମୃତଭଣ୍ଡାରେ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି। ଯାହା ତ୍ୱଚା ଜନିତ ଅନେକ ସମସ୍ୟା ଦୂର କରିଥାଏ। ଅମୃତଭଣ୍ଡାକୁ ବ୍ୟବହାର କରି ଫେସିଆଲ୍‍ କରିବା ଦ୍ୱାରା ପାର୍ଲର ଭଳି ଚମକ ଖୁବ କମ ସମୟରେ ମିଳିପାରିବ।
ଅମୃତଭଣ୍ଡା ଫେସିଆଲ ପାଇଁ ପ୍ରଥମେ ଅମୃତଭଣ୍ଡାକୁ ଭଲ ଭାବେ ପେଷି ଏକ ପାତ୍ରରେ ଏହାକୁ ରଖନ୍ତୁ। ଏଥିରେ କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଭଲ ଭାବେ ଲଗାନ୍ତୁ। ଏହାକୁ ୩ ରୁ ୪ ମିନିଟ ଯାଏଁ ମୁହଁରେ ଭଲ ଭାବେ ମାଲିସ କରି ମୁହଁ ଧୋଇ ଦିଅନ୍ତୁ। କ୍ଷୀର ତ୍ୱଚାରୁ ଅପରିଷ୍କାର ଜିନିଷ ବାହାର କରିବାରେ ବେଶ ସହାୟକ ହୋଇଥାଏ।
ଏବେ ପେଷା ଅମୃତଭଣ୍ଡାରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ମୁହଁରେ ଓ ବେକରେ ଲଗାଇ ମାଲିସ କରନ୍ତୁ। ଏହା ଦ୍ୱାରା ମୁହଁ ଭଲ ଭାବେ ସଫା ହୋଇ ଯାଇଥାଏ।
ପେଷା ଅମୃତଭଣ୍ଡାରେ ଏଲୋବେରା ଜେଲ୍‍ ମିଶାନ୍ତୁ। ଏହାକୁ ନିଜ ମୁହଁ ଓ ବେକରେ ଲଗାନ୍ତୁ। ଏହା ଆଖି ତଳର କଳାଦାଗ,ମୁହଁର ଦାଗ,ବୟସ ବୃଦ୍ଧି ଲକ୍ଷଣ ଦୂର କରିବାରେ ସହାୟକ ହୋଇଥାଏ।
ପେଷା ଅମୃତଭଣ୍ଡାରେ ଲେମ୍ବୁ ରସ, ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଚମକ ବୃଦ୍ଧି କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories