www.samajalive.in
Friday, December 12, 2025
19.1 C
Bhubaneswar

ଖାଇବା ପାଇଁ ହାଣିଦେଲା – ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କୁ ହାଣି ଗୁରୁତର କଲା ମଦ୍ୟପ

ଦେବଗଡ଼ : ମଧ୍ୟାହ୍ନରେ ଖାଇବା ପାଇଁ କେନ୍ଦ୍ରକରି ଦେବଗଡ ପୌରାଂଚଳ ବଣିଆଁସାହିର ଜଣେ ବ୍ୟକ୍ତି ନିଜର ସ୍ତ୍ରୀ, ପୁଅ ଏବଂ ଝିଅଙ୍କୁ କଟୁରୀ ସାହାଯ୍ୟରେ ଆକ୍ରମଣ ଲହୁଲୁହାଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିର ଭୋଜନ ସମୟରେ ଦେବଗଡ ବଣିଆଁସାହିର ଉମେଶ ବେହେରା ଓ ତାଙ୍କ ସ୍ତ୍ରୀ ରୀନା ବେହେରାଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଆଜି ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଜନ ସମୟରେ ଏହାର ପୁନରାବୃତ୍ତି ଘଟିଥିଲା ।

ଏଥିରେ ରାଗିଯାଇ ହୋଇ ମାତାଲ ଅବସ୍ଥାରେ ଥିବା ଉମେଶ ଘରେ ଥିବା ଏକ କଟୁରୀ ସାହାଯ୍ୟରେ ରୀନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହା ଦେଖି ଝିଅ ନିରୁପମା ଆକ୍ରମଣ ନକରିବାକୁ ତାଗିଦ କରିବାରୁ ବାପା ଉମେଶ ନିରୁପମାଙ୍କୁ ମଧ୍ୟ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲା । ସେମାନଙ୍କ ଚିତ୍କାର ଶୁଣି ଏକମାତ୍ର ପୁଅ ଜଗା ବେହେରା ଧାଇଁଆସି ଉଭୟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବାରୁ ବାପା ଉମେଶ ତାଙ୍କୁ ମଧ୍ୟ କଟୁରୀରେ ଆକ୍ରମଣ କରିଥିଲା । ଫଳରେ ତିନି ଜଣା ଯାଇକ ଆହତ ହୋଇଥିଲେ । ତେବେ ଏତିକିରେ ଉମେଶର ରାଗ ଶାନ୍ତ ହୋଇନଥିଲା । ପଡୋଶୀମାନେ ତିନି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ଉମେଶ ସେମାନଙ୍କୁ ମଧ୍ୟ କଟୁରୀ ଦେଖାଇ ନାନା ଧମକ ଚମକ ଦେଇଥିଲା ।

- Advertisement -

ଫଳରେ ସମ୍ପୃକ୍ତ ଅଂଚଳବାସୀ ଆତଙ୍କିତ ହୋଇପଡିଥିଲେ । ଉମେଶଙ୍କ କଟୁରୀ ଚୋଟରେ ସ୍ତ୍ରୀ ରୀନାଙ୍କ ୨ ହାତ ଓ ଶରୀରର ଅନ୍ୟାନ୍ୟ ଅଂଶରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଝିଅ ନିରୁପମାଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଅନୁରୂପ ଭାବେ ପୁଅ ଜଗନ୍ନାଥଙ୍କ ଡାହାଣ ହାତର ଆଙ୍ଗୁଳିରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି । ଗୁରୁତର ଆହତ ମା’ ରୀନା ଓ ଝିଅ ନିରୁପମା ଜିଲା ମୂଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଥିବା ଜଣାପଡିଛି । ଡାକ୍ତରଖାନା ସୂତ୍ରରୁ ସୂଚନା ପାଇ ଦେବଗଡ ଥାନା ପୁଲିସ ଉମେଶ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories