www.samajalive.in
Monday, December 8, 2025
27.1 C
Bhubaneswar

ଖାରଜ ହେଲା ମାମଲା; ବାରବାଟୀରେ ହେବ ମ୍ୟାଚ୍

କଟକ: ବାରବାଟୀ ଟି-୨୦ ମ୍ୟାଚ୍‌ ବାତିଲ୍‌ ମାମଲା ପ୍ରସଙ୍ଗକୁ ହାଇକୋର୍ଟ ଖାରଜ କରିଛନ୍ତି । ହାଇକୋର୍ଟ ତାଙ୍କ ରାୟ​‌ରେ କ୍ରିକେଟ୍‌ ମ୍ୟାଚ୍‌ ବାତିଲ ହେବ ନାହିଁ ବୋଲି କହିଛନ୍ତି । ଏହି ମାମଲା ଖାରଜ ହେବାପରେ ବାରବାଟୀରେ ଟି-୨୦ ହେବା ନେଇ ସମସ୍ତ ଆଶା ଓ ଆଶଙ୍କା ଟଳିଛି । ଏହି ମାଲାର ରାୟ ଶୁଣାଣି ସମୟରେ ଏଜି ଭର୍ଚ୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ବାରବାଟୀରେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ମ୍ୟାଚ୍‌ ଆୟୋଜନ ନେଇ ସମସ୍ତ ତଥ୍ୟ ଦେଇଛନ୍ତି ଏଜି । ତାହା ସହିତ ବାରବାଟୀର ସମସ୍ତ ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ଏଜି କହିଛନ୍ତି । ସମସ୍ତ ତଥ୍ୟକୁ ନଜରରେ ରଖି ହାଇକୋର୍ଟ ଏହି ମାମଲାକୁ ଖାରଜ କରିଛନ୍ତି ।

ସୂଚନା ଥାଉକି ଗତ ୧ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ୍‌ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା ।  ଢେଙ୍କାନାଳ ଜିଲ୍ଲା ଭୁବନର ଜନୈକ ବ୍ୟକ୍ତି ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଟି-୨୦ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର କରିଥିଲେ ।  ଷ୍ଟାଡିୟମରେ ଅଗ୍ନି ନିରାପତ୍ତାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗରେ ଏହି ମାମଲା ଦାୟର ହୋଇଥିଲା । ବିସିସିଆଇ ଓ ରାଜ୍ୟ ସରକାରଙ୍କ ସହ ୧୫ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories