www.samajalive.in
Wednesday, December 10, 2025
18.1 C
Bhubaneswar

ଆନ୍ତଃରାଜ୍ୟକୁ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ ; ୨ ଗିରଫ

ନବରଙ୍ଗପୁର : ଉତ୍ତରପ୍ରଦେଶକୁ କୋରାପୁଟ ଜିଲ୍ଲାର ପ।ଡୁଆରୁ କଳାହାଣ୍ଡି ଦେଇ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ହାତରେ ଧରା ପଡିଛି । ଡ଼ଙ୍ଗରଭେଜା ଫାଣ୍ଡି ନିକଟରୁ ଗଞ୍ଜେଇ ବୋଝେଇ ପିକପ ଭ୍ୟାନକୁ ଜବତ କରାଯାଇଛି।
ନନ୍ଦାହାଣ୍ଡି ସୀମାନ୍ତ ବ୍ଲକ ହୋଇଥିବାବେଳେ ଏହି ବ୍ଲକକୁ ଲାଗି କଳାହାଣ୍ଡି , ରାୟଗଡ଼ା , କୋରାପୁଟ ଜିଲ୍ଲା ସୀମା ରହିଛି । ସୀମାନ୍ତରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଲାଗି ରହିଥିବାରୁ ଚୋରା ବେପାରୀଙ୍କ ନିତିଦିନିଆ ରାସ୍ତା ପାଲଟିଛି । କେତେବେଳେ ବାଘ ଚମଡ଼ା ବେପାରି ତ କେତେବେଳେ ଚୋରା ବନ୍ଧୁକ କାରବାର ସାଙ୍ଗକୁ ଗଞ୍ଜେଇ ମାଫିଆଙ୍କୁ ଧରୁଛନ୍ତି ନବରଙ୍ଗପୁର ପୁଲିସ ।ସେହିପରି ନବରଙ୍ଗପୁର ଥାନା ପୁଲିସ କୌଣସି ଏକ ସୂତ୍ରରୁ ଖବର ପାଇ ଟିମ୍ କରି ନନ୍ଦାହାଣ୍ଡି ଅଞ୍ଚଳରେ ଜଗି ରହି ସେହି ସମୟରେ ପିକପ ଭ୍ୟାନକୁ କାବୁ କରିଥିଲେ । ଏହି ଗାଡ଼ିରେ ଥିବା ଦୁଇଜଣଙ୍କୁ ମଧ୍ୟ ଧରି ଡଙ୍ଗରଭେଜା ଫାଣ୍ଡି ଆଣି ଥିଲେ ।ଭ୍ୟାନରେ ମୋଟ ୮ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ରହିଥିବା ଜଣା ପଡିଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନବରଙ୍ଗପୁର ପୁଲିସ ପକ୍ଷରୁ କୁହାଯାଇଛି । କଳାହାଣ୍ଡି ଜିଲା ଆମ୍ଭପଡା ଗାଁର ଡମ୍ବରୁଧର ଗିରି ଓ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କ।ଦମାଳି ଗାଁର ରଘୁ ଶାନ୍ତ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଞ୍ଜେଇ ଓ ଗାଡ଼ି ଜବତ କର।ଯାଇଛି । ଏନେଇ ସମସ୍ତ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମଦ ସୂଚନା ଦେଇଛନ୍ତି।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories