www.samajalive.in
Monday, December 8, 2025
17.1 C
Bhubaneswar

ଗହଣା ଦୋକନୀଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଭୋଗରାଇ: ଜଣେ ଗହଣା ଦୋକନୀଙ୍କୁ ଜନୈକ ବାଇକ୍ ଆରୋହୀ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲା ଭୋଗରାଇ ଥାନା ପଥରେଶ୍ବର ଅଞ୍ଚଳରେ ଘଟିଛି ।

ପୁଲିସ ସୂଚନା ଅନୁଯାୟୀ ବାଲିଆପାଳ ବ୍ଳକ୍ ସିଂଲା ଅଞ୍ଚଳର ହରିଶଚନ୍ଦ୍ର କାମିଲା (୫୪) ବିଗତ ପ୍ରାୟ ୧୫ ବର୍ଷ ଧରି ଭୋଗରାଇ ଥାନା ରଣକୋଠା ଗ୍ରାମରେ ରହି ଏକ ଅଳଙ୍କାର ଦୋକନ ଚଳାଇ ଆସୁଥିଲେ । ବୁଧବାର ରାତି ପ୍ରାୟ ସାଢେ ୮ଟା ସମୟରେ ସେ ଏବଂ ତାଙ୍କର ଦୁଇ ଜଣ ବନ୍ଧୁ ଏକ ଚାରି ଚକିଆ ଯାନରେ ଚନ୍ଦନେଶ୍ବରରୁ ଫେରୁଥିଲେ । ପଥରେଶ୍ବର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ଓ ଚାରି ଚକିଆ ଗାଡି ମଧ୍ୟରେ ଧକ୍କା ହୋଇଥିଲା। ପରେ ବାଇକ ଆରୋହୀ ଶୁକଷଣ୍ଡା ପାଟଣା ଗ୍ରାମର ମଣ୍ଟୁ ଓରଫ ମୃତ୍ୟୁଞ୍ଜୟ ଗିରି ହରିଶ୍ଚଚନ୍ଦ୍ରଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ହରିଶ୍ଚଚନ୍ଦ୍ରଙ୍କୁ ପ୍ରଥମେ ଜଳେଶ୍ବରପୁର ଡାକ୍ତରଖାନା ଏବଂ ପରେ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାସ୍ତାରେ ସାଲାଇନ ନଥିବାରୁ ତାଙ୍କୁ ପୁଣି ଜଳେଶ୍ବର ଫେରାଇ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ ଅଭିଯୁକ୍ତ ମୃତ୍ୟୁଞ୍ଜୟକୁ ଥାନାରେ ଅଟକ ରଖି ପଚରାଉଚର କରୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories