www.samajalive.in
Sunday, December 7, 2025
15.1 C
Bhubaneswar

ଭାରତରେ ଇଲେକ୍ଟ୍ରିକ୍ ଗମନାଗମନକୁ ଦୃଢ଼ କରିବାକୁ ଜିଓ-ବିପି, ଏମ୍‌ଜି ମୋଟର ଓ କ୍ୟାଷ୍ଟ୍ରଲ୍ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଭାରତରେ ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତା ଓ ଗମନାଗମନ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଇଲେକ୍ଟ୍ରିକ୍ କାର୍ ପାଇଁ ଗମନାଗମନ ସମାଧାନ ସନ୍ଧାନ କରିବା ନେଇ ଜିଓ-ବିପି ସହିତ ହାତ ମିଳାଇଛନ୍ତି ଏମ୍‌ଜି ମୋଟର ଇଣ୍ଡିଆ ଓ କ୍ୟାଷ୍ଟ୍ରଲ ଇଣ୍ଡିଆ । ଏହି ସହଯୋଗିତା ଅଧୀନରେ ଜିଓ-ବିପି, ଏମ୍‌ଜି ମୋଟର ଓ କ୍ୟାଷ୍ଟ୍ରଲ୍ ଇଣ୍ଡିଆ ଚାରି ଚକିଆ ଇଭି ଚାର୍ଜିଂ ଭିତିଭୂମି ସ୍ଥାପନ କରିବେ ଓ ଇଭି ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଲାଗି କ୍ୟାଷ୍ଟ୍ରଲ୍‌ର ପୂର୍ବରୁ ଥିବା ଅଟୋ ସର୍ଭିସ୍ ନେଟ୍‌ୱର୍କକୁ ସମ୍ପ୍ରସାରଣ କରିବେ ।

 

- Advertisement -

ଇଲେକ୍ଟ୍ର୍ରିକ୍ କାର ଗ୍ରାହକମାନଙ୍କୁ ଏକ ବ୍ୟାପକ ଓ ଭରସାଯୋଗ୍ୟ ଚାର୍ଜିଂ ଭିତିଭୂମି ପ୍ରଦାନ କରିବା ଓ ଭାରତରେ ଇଭିର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଲାଗି ଜିଓ-ବିପି ଓ ଏମ୍‌ଜି ମୋଟରର ରହିଥିବା ପ୍ରତିବଦ୍ଧତା ଅନୁସାରେ ଏହି ସହଯୋଗିତା ସ୍ଥାପନ କରାଯାଇଛି । ଜିଓ-ବିପି ଏକ ପରିବେଶ ସୃଷ୍ଟି କରୁଛି ଯାହା ଇଭି ମୂଲ୍ୟ ଶୃଙ୍ଖଳାର ସମସ୍ତ ଅଂଶୀଦାରଙ୍କୁ ଲାଭ ପ୍ରଦାନ କରିବ ଏବଂ ଗତ ବର୍ଷ କଂପାନି ଭାରତର ଦୁଇଟି ସର୍ବବୃହତ ଇଭି ଚାର୍ଜିଂ ହବ୍‌କୁ ନିର୍ମାଣ କରିବା ସହ ଶୁଭାରମ୍ଭ କରିଛି । ଏହି ଯୌଥ ଉଦ୍ୟୋଗର ଇଲେକ୍ଟ୍ରିକ୍ ଗମନାଗମନ ବ୍ୟବସାୟ ଭାରତୀୟ ଗ୍ରାହକମାନଙ୍କୁ ଚାର୍ଜିଂ ଭିତିଭୂମି ପ୍ରଦାନ କରୁଛି ଓ ତାହା ଜିଓ-ବିପି ପଲ୍‌ସ ବ୍ରାଣ୍ଡ୍ ଅଧୀନରେ ପରିଚାଳିତ ହେଉଛି । ଜିଓ-ବିପି ପଲ୍‌ସ ମୋବାଇଲ୍ ଆପ୍ ଜରିଆରେ ଗ୍ରାହକମାନେ ସହଜରେ ନିକଟସ୍ଥ ଚାର୍ଜିଂ ଷ୍ଟେସନର ସନ୍ଧାନ ପାଇପାରିବେ ଏବଂ ନିରବଚ୍ଛିନ୍ନ ଭାବେ ସେମାନଙ୍କ ଇଭିକୁ ଚାର୍ଜ କରିପାରିବେ ।

 

ଭାରତରେ କାରବାର ଆରମ୍ଭ କରିବା ପରଠାରୁ ଏକ ନିରନ୍ତର ଭବିଷ୍ୟତ ଗଠନ କରିବା ଲକ୍ଷ୍ୟ ନେଇ ଇଲେକ୍ଟ୍ରିକ୍ ଗମନାଗମନ ପ୍ରତି ଏମ୍‌ଜି ମୋଟର ପ୍ରତିବଦ୍ଧ ରହିଛି । ଦେଶରେ ଏକ ଦୃଢ଼ ଇଭି ଚାର୍ଜିଂ ଓ ସର୍ଭିସ୍ ନେଟ୍‌ୱର୍କ ସ୍ଥାପନ କରି ଆନ୍ତଃ ସହର ଓ ଅନ୍ତଃ ସହରରେ ଇଭି ମିତବ୍ୟୟୀ ସଡ଼କ ସୃଷ୍ଟି କରିବା ହେଉଛି ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଲକ୍ଷ୍ୟ । ଭାରତର ପ୍ରଥମ ବିଶୁଦ୍ଧ ଇଲେକ୍ଟ୍ରିକ୍ ଇଟଂରନେଟ୍ ଏସ୍‌ୟୁଭି ଜେଡ୍‌ଏସ୍ ଇଭି ଯାହା ଥରେ ଚାର୍ଜ କଲେ ୪୬୧ କିମି ଦୂର ଯାତ୍ରା କରୁଛି ତାହାର ଶୁଭାରମ୍ଭ ସହିତ ଏମ୍‌ଜି ପକ୍ଷରୁ ଇଭି ପରିବେଶକୁ ଦୃଢ଼ କରିବା ଦିଗରେ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଛି ।

 

ଏହି ସହଯୋଗିତା ଅଧୀନରେ ଚାରି ଚକିଆ ଇଲେକ୍ଟ୍ରିକ୍ କାର୍‌ର ସର୍ଭିସିଂ ଆରମ୍ଭ କରିବା ଲାଗି କ୍ୟାଷ୍ଟ୍ରଲ ଏହାର ପୂର୍ବରୁ ଥିବା ବହୁ-ବ୍ରାଣ୍ଡ୍ ଭିତିକ ଅଟୋ ସର୍ଭିସ୍ ନେଟ୍‌ୱର୍କ ଓ ଏକ୍ସପ୍ରେସ୍ ଅଏଲ୍ ପରିବର୍ତନ କେନ୍ଦ୍ରଗୁଡ଼ିକୁ ବିକାଶ ଓ ସମ୍ପ୍ରସାରିତ କରିବ । ଉଭୟ ଇଭି ଓ ଅଣ ଇଭି ଚାରି ଚକିଆ ଯାନ ପାଇଁ ପ୍ରାରମ୍ଭିକ ସମୟରେ ଜିଓ-ବିପି ମୋବିଲିଟି ଷ୍ଟେସନ ସମେତ କ୍ୟାଷ୍ଟ୍ରଲ୍ ଅଟୋ ସର୍ଭିସ୍ ୱାର୍କସପ୍‌ରେ ସାରା ଭାରତରେ ଏହି ସେବାଗୁଡ଼ିକୁ ପ୍ରଦାନ କରାଯିବ । ପୁନଶ୍ଚ, ନିଜର ଅଟୋ ସର୍ଭିସ୍ ନେଟ୍‌ୱର୍କରେ ଇଭି ଚାର୍ଜିଂ ଭିତିଭୂମି ସ୍ଥାପନ କରିବାରେ କ୍ୟାଷ୍ଟ୍ରଲ ସହାୟକ ହେବ । ଇଭିର ଗ୍ରହଣୀୟତା ବଢ଼ୁଥିବାରୁ କାର୍ ମେକାନିକ୍‌ମାନଙ୍କୁ ସଦ୍ୟତମ ଅଟୋମୋଟିଭ୍ ପ୍ରଯୁକ୍ତି ଉପରେ ପ୍ରଶିକ୍ଷଣ ଦରକାର । ବହୁ ସଂଖ୍ୟକ କାର୍ ମେକାନିକ୍‌ଙ୍କ ପାଖରେ ପହଂଚିପାରିଥିବା ସୁବିଧାକୁ କ୍ୟାଷ୍ଟ୍ରଲ ବ୍ୟବହାର କରିବ ଓ ସେମାନଙ୍କୁ ସ୍ୱତନ୍ତ୍ର ଇଭି ପ୍ରଶିକ୍ଷଣ ଓ ସାର୍ଟିଫିକେସନ୍ ପ୍ରଦାନ କରିବ ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories