www.samajalive.in
Wednesday, December 10, 2025
18.1 C
Bhubaneswar

ଆଫଗାନିସ୍ତାନକୁ ଭାରତର ମାନବୀୟ ସହାୟତା

କାବୁଲ :  ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ତଥା ପୁରାତନ ସମ୍ପର୍କ ରହିଛି । ଆଫଗାନିସ୍ତାନର ଲୋକମାନଙ୍କୁ ଭାରତ ମାନବୀୟ ସହାୟତା ଯୋଗାଇ ଦେଉଛି । ଭାରତ ୨୦ହଜାର ମେଟ୍ରିକ୍‍ ଟନ୍‍ ଗହମ, ୧୩ଟନ୍‍ ଔଷଧପତ୍ର, ୫ଲକ୍ଷ ଡୋଜ୍‍ କୋବିଡ ଟିକା ଓ ଶୀତବସ୍ତ୍ର ସମେତ ସେଠାକୁ ଅନେକ ମାନବୀୟ ସହାୟତା ପଠାଇଛି । ସେଗୁଡ଼ିକୁ କାବୁଲସ୍ଥିତ ଇନ୍ଦିରାଗାନ୍ଧୀ ଶିଶୁ ହସ୍ପିଟାଲ ଓ ଜାତିସଂଘ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ପ୍ରଦାନ କରାଯାଇଛି । ଇରାନରେ ଥିବା ଆଫଗାନିସ୍ତାନର ଲୋକମାନଙ୍କ ପାଇଁ ଭାରତ ୧୦ଲକ୍ଷ ଡୋଜ୍‍ କୋଭାକ୍ସିନ୍‍  ପ୍ରତିଷେଧକ ପଠାଇଛି ।

ସେହିପରି ଇତିମଧ୍ୟରେ କାବୁଲ ଗସ୍ତରେ ଯାଇଥିବା ଏକ ଭାରତୀୟ ଦଳ ଆଫଗାନିସ୍ତାନରେ ମାନବୀୟ ସହାୟତା କାର୍ଯ୍ୟର ତଦାରଖ କରୁଛନ୍ତି । ଏହି ଦଳ ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିମାନଙ୍କୁ ସାକ୍ଷାତ୍‍ କରିବେ । ସେହି ସଂଗଠନ ଗୁଡ଼ିକ ଦ୍ୱାରା ଆଫଗାନିସ୍ତାନରେ ମାନବୀୟ ସହାୟତା ଯୋଗାଇ ଦିଆଯାଉଛି । ଏହାବ୍ୟତୀତ ସେହି ଦଳ ଭାରତୀୟ କାର୍ଯ୍ୟକ୍ରମ ଚାଲିଥିବା ବିଭିନ୍ନ ସ୍ଥାନ ଗସ୍ତ କରିବେ ।
ସେହି ଭାରତୀୟ ଟିମ୍‍ ତାଲିବାନର ଶୀର୍ଷ ନେତାମାନଙ୍କୁ ସାକ୍ଷାତ୍‍ କରିବେ । ସେମାନେ ଭାରତରୁ ମାନବୀୟ ସହାୟତା ବିଷୟରେ ସେମାନଙ୍କ ସହ ଆଲୋଚନା କରିବେ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories