www.samajalive.in
Sunday, December 7, 2025
15.1 C
Bhubaneswar

ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର : ଚଳିତ ଖରିଫ ଋତୁ(୨୦୧୮-୧୯) ପାଇଁ ନଭେମ୍ବର ପହିଲାରୁ ଧାନ ସଂଗ୍ରହ ହେବ। ଏଥିପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଇତିମଧ୍ୟରେ ରାଜସ୍ୱ ଡ଼ିଭିଜନ ସ୍ତରରେ ଜିଲାପାଳମାନଙ୍କ ବୈଠକ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ୨୯ତାରିଖରେ ସମ୍ବଲପୁରଠାରେ ଉତ୍ତରାଞ୍ଚଳ ରାଜସ୍ୱ ଡ଼ିଭିଜନ ଅଧୀନରେ ଥିବା ଜିଲାପାଳମାନଙ୍କ ବୈଠକ ଡ଼କାଯାଇଥିବାବେଳେ ୩୧ରେ ଦକ୍ଷିଣାଞ୍ଚଳ ରାଜସ୍ୱ ଡ଼ିଭିଜନ ଏବଂ ନଭେମ୍ବର ପହିଲାରେ କଟକସ୍ଥିତ ରାଜସ୍ୱ ଡ଼ିଭିଜନ ଅଧୀନରେ ଥିବା ଜିଲାର ଜିଲାପାଳମାନଙ୍କ ବୈଠକ ଡକାଯାଇଛି। ଜିଲାପାଳଙ୍କ ବ୍ୟତୀତ ଜିଲା ଯୋଗାଣ ଅଧିକାରୀ, ସମବାୟ ସମିତି ଉପ ନିବନ୍ଧକ, କୃଷି ଉପନିର୍ଦେଶକ ବୈଠକରେ ଯୋଗଦେବେ। କଳାହାଣ୍ଡି ଓ ନୂଆପଡ଼ା ଜିଲାପାଳ ଏବଂ ସେସବୁ ଜିଲାର ସମବାୟ ସମିତି ଉପ ପ୍ରବନ୍ଧକ, ଜିଲା କୃଷି ଉପମହାନିର୍ଦେଶକ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଡ଼ିଭିଜନ ପରିବର୍ତ୍ତେ ଉତ୍ତରାଞ୍ଚଳ ରାଜସ୍ୱ ଡ଼ିଭିଜନ, ସମ୍ବଲପୁରଠାରେ ବୈଠକରେ ଯୋଗଦେବାକୁ କୁହାଯାଇଛି। ଧାନ ସଂଗ୍ରହ ପରିପ୍ରେକ୍ଷୀରେ ଆୟୋଜିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ ମନ୍ତ୍ରୀ ଓ ସଚିବ ମଧ୍ୟ ଯୋଗଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୧୮-୧୯ ଧାନ ସଂଗ୍ରହ ନଭେମ୍ବରରୁ ଆରମ୍ଭ ହୋଇ ୨୦୧୯ ମସିହା ସେପ୍ଟେମ୍ବର ୩୦ରେ ଶେଷ ହେବ। ଏବର୍ଷ ୫୫ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏଥିରୁ ୩୭ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ହେବ। ପଞ୍ଜିକୃତ ଚାଷୀଙ୍କ ଠାରୁ ଅଧିକ ଧାନ ଆସିଲେ ତାକୁ ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ। ଏହି ବର୍ଷବ୍ୟାପୀ ଅବଧି ମଧ୍ୟରେ ସରକାର ଖରିଫ ଓ ରବି ଋତୁ ପାଇଁ ଧାନ ସଂଗ୍ରହ କରିବେ। ଆବଶ୍ୟକ ପଡ଼ିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରିପାରିବେ। ଧାନ ବିକ୍ରିର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କ ପ୍ରାପ୍ୟ ଜମାହେବ। ସର୍ବାଧିକ ତିନିଦିନ ମଧ୍ୟରେ ଚାଷୀ ଯେପରି ସେମାନଙ୍କ ପ୍ରାପ୍ୟ ପାଇବେ ତା ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀ, ଭାଗ ଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଚାଷୀ ଅମଳ କରୁଥିବା ଧାନରୁ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିମନ୍ତେ ବର୍ଷକର ଖାଦ୍ୟ ପାଇଁ ମୁଣ୍ଡପିଛା ୩କ୍ୱିଣ୍ଟାଲ ରଖି ବଳକା ଧାନ ବିକ୍ରି କରିବା ବ୍ୟବସ୍ଥା ଥିଲା। ଏଥର ତାହା ଉଠାଇ ଦିଆଯାଇଛି।
୨୦୧୭-୧୮ ଖରିଫ ଋତୁରେ ୫୪ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ମରୁଡି, ଅଦିନିଆ ବର୍ଷା ଭଳି ବିପର୍ଯ୍ୟୟ କାରଣରୁ ଧାନ ସଂଗ୍ରହ ପ୍ରଭାବିତ ହେବା ହେବା ସହ ୪୯.୦୬ଲକ୍ଷ ମେଟ୍ରିକ ଟନ ଧାନ ସଂଗୃହୀତ ହୋଇଛି। ଏଥିରୁ ୩୩.୨୧ ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ହୋଇଛି। ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories