www.samajalive.in
Sunday, December 7, 2025
15.1 C
Bhubaneswar

୨୦୩୦ ସୁଦ୍ଧା ପାକିସ୍ତାନ ହେବ ବିଶ୍ୱର ୪ର୍ଥ ଜନବହୁଳ ରାଷ୍ଟ୍ର

ଇସଲାମାବାଦ : ଆତଙ୍କବାଦ, ଋଣଭାର ପରେ ପାକିସ୍ତାନ ପାଇଁ ଆଉ ଏକ ବଡ ସମସ୍ୟା ହେବାକୁ ଯାଉଛି ଜନସଂଖ୍ୟା ବୃଦ୍ଧି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ବିଶ୍ୱର ୪ର୍ଥ ଜନବହୁଳ ରାଷ୍ଟ୍ର ହେବାକୁ ଯାଉଛି। ୨୦୩୦ ସୁଦ୍ଧା ପାକିସ୍ତାନର ଜନସଂଖ୍ୟା ବିଶ୍ୱର ଚତୁର୍ଥ ବୃହତ ହେବ। ବିଶ୍ୱର ଜନସଂଖ୍ୟା ହିସାବରେ ପାକିସ୍ତାନର ସ୍ଥାନ ଏବେ ଷଷ୍ଠରେ ରହିଛି। ପାକିସ୍ତାନରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପୂର୍ବରୁ ଯେପରି ପଦକ୍ଷେପ ନିଆଯାଉଥିଲା ଏବେ ସେପରି ପଦକ୍ଷେପ ନିଆଯାଉ ନ ଥିବା ଜଣାଯାଇଛି। କରାଚୀର ଡାଓ ୟୁନିଭର୍ସିଟି ଅଫ ହେଲଥ ସାଇନ୍ସର ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନର ଜନସଂଖ୍ୟା ଯଦି ବର୍ତ୍ତମାନ ସ୍ଥିତି ଭଳି ଜାରି ରହେ ତେବେ ଏହାର ସ୍ଥାନ ୪ର୍ଥରେ ପହଞ୍ଚିଯିବ। ବିଶେଷଜ୍ଞମାନେ କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପାକିସ୍ତାନ ସରକାର ସଚେତନତା କାର୍ଯ୍ୟକ୍ରମ ସହିତ ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେବା ଦରକାର। ବାଲ୍ୟ ବିବାହ ଓ ନାବାଳିକା ସମୟରୁ ଗର୍ଭବତୀ ହେବା ପାକିସ୍ତାନ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ। ଏହା ସହିତ ପୁତ୍ର ସନ୍ତାନର ଆଶା ଓ ପ୍ରତ୍ୟେକ ନିଷ୍ପତ୍ତିରେ ମହିଳାଙ୍କୁ ଗୁରୁତ୍ୱ ଦିଆ ନଯିବା ଜନସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ।
ପାକିସ୍ତାନ ପରିସଂଖ୍ୟାନ ବିଭାଗର ତଥ୍ୟ ଅନୁଯାୟୀ ୨୦୧୭ ଅଗଷ୍ଟ ସୁଦ୍ଧା ଦେଶର ଜନସଂଖ୍ୟା ୨୦୮ନିୟୁତ। ଦେଶର ଜନସଂଖ୍ୟା ବାର୍ଷିକ ୨.୪ ପ୍ରତିଶତ ହିସାବରେ ବୃଦ୍ଧି ପାଇ ଚାଲିଛି। ୧୯୯୮ ପରଠାରୁ ଦେଶର ଜନସଂଖ୍ୟା ୫୭% ବୃଦ୍ଧି ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories