www.samajalive.in
Thursday, December 11, 2025
26.1 C
Bhubaneswar

ଓଁକାର ନୃତ୍ୟ ଉତ୍ସବ ଉଦ୍‍ଘାଟିତ

ଆଠଗଡ: ଆଠଗଡର ଏକ ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଓଁକାର ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଅବସରରେ ରବିବାର ଏକ ଦୁଇଦିନିଆ ନୃତ୍ୟ ଉତ୍ସବ ସ୍ଥାନୀୟ ମହୋତ୍ସବ ପଡିଆରେ ଉଦ୍‍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ନଗରପାଳ ସସ୍ମିତା ରାଉତ ଏହି ନୃତ୍ୟ ଉତ୍ସବକୁ ଉଦ୍‍ଘାଟନ କରି ଆଠଗଡ ଗଡଜାତ ଅଞ୍ଚଳ ଏକ କଳା ଓ ସଂସ୍କୃତିର ମାଟି ଏବଂ ଏହି ମାଟିରେ ଆଦ୍ୟଶିକ୍ଷା ଓ ସାଧନା କରି ବହୁ କଳାକାର ରାଜ୍ୟ, ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ ।

ଏହି ଅଞ୍ଚଳର ଛାତ୍ରଛାତ୍ରୀ ଶିକ୍ଷାଲାଭ ସହିତ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି ଆଠଗଡ ମାଟିରେ ନିଜର ସାଧନା ବଳରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନ ସଂଗୀତ ଓ କଳା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଯାଇଛନ୍ତି ବୋଲି କହିବା ସହ ଏ ଅଞ୍ଚଳର ଲୁକାଇତ କଳା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଓଁକାର ନୃତ୍ୟ ପ୍ରତିଷ୍ଠାନର ପ୍ରୟାସ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପାରମିତା ପୃଷ୍ଟି, ସୁନାମଧନ୍ୟ ଗୀତିକାର ରାଧାନାଥ ଦାସ ଓ ଏହି ନୃତ୍ୟ ପ୍ରତିଷ୍ଠାନର ଉପଦେଷ୍ଟା ଶ୍ରୀକାନ୍ତ ଦାସ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ ।

- Advertisement -

ଓଁକାର ନୃତ୍ୟ ପ୍ରତିଷ୍ଠାନର ଗୁରୁ ସମୀର ପୃଷ୍ଟିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‍ଘାଟନୀ ଉତ୍ସବରେ ପ୍ରତିଷ୍ଠାନର ସଂପାଦକ ସୋନମ ପୃଷ୍ଟି, ଅନୁଷ୍ଠାନର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ ଓଡିଶୀ, ସମ୍ବଲପୁରୀ, ଆସାମର ବିହୁ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଦକ୍ଷତା ଓ ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ବଂଶୀବାଦନ ସହ ଛଉନୃତ୍ୟ ପାଇଁ ଜ୍ୟୋତିଶଙ୍କର ମହାପାତ୍ର, ଆଧୁନିକ ନୃତ୍ୟ ପାଇଁ ରମେଶ ସାହାଣୀ ଓ କଣ୍ଠ ସଂଗୀତ ପାଇଁ ସୌଜନ୍ୟା ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚାସୀନ ଅତିଥିଙ୍କ ସହିତ କବୟିତ୍ରୀ ପୁଲିନ ମିଶ୍ର, ସମାଜସେବୀ ସଂଜୟ ରଥ, ସଦାଶିବ ରଣା, ସାମ୍ବାଦିକ ସନ୍ତୋଷ ବାରିକ ପ୍ରମୁଖ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଆଇନଜୀବୀ ଯଶୋବନ୍ତ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସ୍ୱପ୍ନାରାଣୀ ବେହେରା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

Related Articles

Popular Categories