www.samajalive.in
Tuesday, December 9, 2025
17.1 C
Bhubaneswar

ନିୟମିତ ଖାଆନ୍ତୁ ସବୁଜ ସେଓ

ସାଧାରଣତଃ ଅଧିକାଂଶ ଲୋକେ ଲାଲ ରଙ୍ଗ ଚୋପାର ସେଓ ଖାଇଥାଆନ୍ତି। ଏହାର ଉପକାରିତା ବିଷୟରେ ମଧ୍ୟ ଜାଣି ଥାଆନ୍ତି। ମାତ୍ର ସବୁଜ ଚୋପା ସେଓ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଏଥିରେ କ୍ୟାଲସିୟମ, ପ୍ରୋଟିନ୍‍,ଭିଟାମିନ ଏ ,ମାଗ୍ନେସିୟମ,ଫସଫରସ,ପୋଟାସିୟମ,ଆଇରନ,ଜିଙ୍କ୍‍, ଭିଟାମିନ କେ ଭଳି ପୋଷକ ତତ୍ତ୍ୱ ରହିଛି। ସବୁଜ ସେଓ ଖାଇବା ଦ୍ୱାରା ଦୁର୍ବଳ ହାଡ ଜନିତ ସମସ୍ୟା ଦୂର ହୋଇଥାଏ। ଏହା ତ୍ୱଚା ପାଇଁ ମଧ୍ୟ ଉପକାରୀ। ଜାଣନ୍ତୁ ନିୟମିତ ଗୋଟିଏ ସବୁଜ ସେଓ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କି କି ଉପକାର ହୋଇଥାଏ।
ମଧୁମେହ ରୋଗୀ ଲାଲ ବଦଳରେ ସବୁଜ ସେଓ ଖାଇବା ଲାଭଦାୟକ। ଏହା ଲାଲ ସେଓ ତୁଳନାରେ କମ ମିଠା। ଅଧିକ ଫାଇବର ମଧ୍ୟ ଥାଏ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।
ସବୁଜ ସେଓରେ ଥିବା ଭିଟାମିନ ଏ, ସି ଓ ଆଣ୍ଟି-ଅକ୍ସିଡାଣ୍ଟ ପାଇଁ ତ୍ୱଚା ପାଇଁ ଉପକାରୀ। ଏହା ତ୍ୱଚାକୁ କୋମଳ କରିବା ସହ କୁଞ୍ଚନ ସମସ୍ୟା ଦୂର କରିଥାଏ। ମୁହଁର ଚମକ ବୃଦ୍ଧି ପାଇଥାଏ।
ଭିଟାମିନ କେ,କ୍ୟାଲସିୟମ ଓ ପୋଟାସିୟମ ସବୁଜ ସେଓରେ ଭରପୁର ମାତ୍ରାରେ ରହିଛି। ଏହା ହାଡକୁ ମଜଭୂତ କରିଥାଏ।
ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ ରହିଛି। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ସବୁଜ ସେଓ ପାଚନକୁ ସୁସ୍ଥ ରଖିଥାଏ। ଏହାର ସେବନ ଦ୍ୱାରା ଶରୀରରୁ ଅଦକାରୀ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ।
ସବୁଜ ସେଓର ସେବନ ଦ୍ୱାରା ହୃଦୟ ଜନିତ ସମସ୍ୟା ଓ ରୋଗ ହେବାର ଆଶଙ୍କା ଖୁବ କମ ଥାଏ। ଏହା ହୃଦୟକୁ ସୁସ୍ଥ ରଖିଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories