www.samajalive.in
Monday, December 8, 2025
27.1 C
Bhubaneswar

ତ୍ୱଚା ପାଇଁ ମହୁ ଫେସିଆଲ୍‍

ମହୁ ସ୍ୱାସ୍ଥ୍ୟ ପାଇଁ ଯେପରି ଉପକାରୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଅନେକ ପୁରାତନ କାଳରୁ ମହୁର ବ୍ୟବହାର କରାଯାଉଛି। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହା ଏକ ଉତ୍ତମ ବିକଳ୍ପ। ଘରେ ମଧ୍ୟ ମହୁ ଫେସିଆଲ କରିପାରିବେ। ତ୍ୱଚାରୁ ଦାଗ ଦୂର ସହ ଚମକ ବୃଦ୍ଧି ପାଇଁ ଏହାକୁ କିଭଳି ବ୍ୟବହାର କରିବେ ଜାଣନ୍ତୁ ……..
ପ୍ରଥମେ ମହୁର ଏକ ପତଳା ସ୍ତର ମୁହଁରେ ଲଗାନ୍ତୁ। ୧୦ ରୁ ୧୫ ମିନିଟ ଏହାକୁ ମୁହଁରେ ଲଗାଇ ରଖନ୍ତୁ। ଶୁଖିଯିବା ପରେ ପାଣି ମୁହଁରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।
ମହୁରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ମୁହଁରୁ ସମସ୍ତ ପ୍ରକାର ଅପରିଷ୍କାର ବାହାର କରି ଦେଇଥାଏ। ମୁହଁର ଦାଗ ମଧ୍ୟ ଦୂର କରିଥାଏ।
୩ୟରେ ମହୁ ସହ କଦଳୀ କିମ୍ବା ଅମୃତଭଣ୍ଡା ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ୧୦ ରୁ ୧୫ ମିନିଟ ରଖି ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।
ଫେସିଆଲ୍‍ ପରେ ମୁହଁ ଗୋରା ହେବା ସହ ଅନ୍ୟ ଏକ ପ୍ରକାର ଫେସ୍‍ ପ୍ୟାକ୍‍ ଲଗାନ୍ତୁ। ମହୁରେ ଅଳ୍ପ ଅଟା,ଗୋଲାପ ଜଳ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଶୁଖି ଯିବା ପରେ ଧୋଇ ଦିଅନ୍ତୁ। ତ୍ୱଚା ପାଇଁ କୌଣସି ବରଦାନରୁ କମ୍‍ ନୁହେଁ ଏହି ମହୁ ଫେସିଆଲ୍‍।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories