ଆଜି ଚେନ୍ନାଇ ଓ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ; ବିଭିନ୍ନ ପ୍ରକଳ୍ପର ହେବ ଭିତ୍ତିପ୍ରସ୍ତର ସ୍ଥାପନ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେନ୍ନାଇ ଓ ହାଇଦ୍ରାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣରେ ଏହି ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିବେ । ହ୍ରାଇଦ୍ରାବାଦରେ ଇଣ୍ଡିଆ ସ୍କୁଲ୍ ଅଫ୍ ବିଜନେସ୍ (ଆଇଏସବି)ର ୨୦ତମ ପ୍ରତିଷ୍ଠା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ୨୦ ବର୍ଷ ପୂର୍ବରୁ ଏହି ଇଣ୍ଡିଆ ସ୍କୁଲ୍ ଅଫ୍ ବିଜନେସ୍ (ଆଇଏସବି)କୁ ଉଦଘାଟନ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ପରେ ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ୩୧,୪୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନା କରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ଆଜି ଚେନ୍ନାଇର ଜେଏଲଏନ୍ ଇନଡୋର ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ମିଳିଥିବା ସୂଚନା ଅନୁଚାୟୀ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ଣ ୫ଟା ୧୦ ମିନିଟରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିବେ । ସେଠାରେ ମଲ୍ଟି ପର୍ପୋଜ ଇନଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରେଳବାଇ, ଜାତୀୟ ରାଜପଥ ଓ କେନ୍ଦ୍ର ସରକାରଙ୍କ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । ସଂଧ୍ୟା ୭ଟା ୪୦ମିନିଟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।
Comments are closed.