www.samajalive.in
Tuesday, December 9, 2025
17.1 C
Bhubaneswar

ନିର୍ମାଣର ୧୫ଦିନ ନହେଉଣୁ ଭୁଶୁଡିଲା ଚେକଡ୍ୟାମ୍‍

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଟାଙ୍ଗରୁକୁମ୍ପା ଗ୍ରାମ ନିକଟରେ ମନରେଗା ଯୋଜନାରେ ପଂଚାୟତ ପକ୍ଷରୁ ୧୫ଦିନ ତଳେ ନିର୍ମାଣ ହୋଇଥିବା ଏକ ନୂତନ ଚେକଡ୍ୟାମ ସାମାନ୍ୟ ବର୍ଷାରେ ଭୁଷୁଡି ପଡ଼ିଛି। ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବାବେଳେ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ପ୍ରକାଶ ଯେ, ପଂଚାୟତ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୬ଲକ୍ଷ୭୮ହଜାର ଟଙ୍କା ବ୍ୟୟବରାଦରେ ଟାଙ୍ଗରୁକୁମ୍ପା ନାଳରେ ଏକ ଚେକ ଡ୍ୟାମ ନିର୍ମାଣ ହୋଇଥିଲା। ଗତ ସୋମବାର ରାତିରେ ବର୍ଷା ଯୋଗୁଁ ନାଳପାଣି ପ୍ରଭାବରେ ଚେକଡ୍ୟାମର ଗୋଟିଏ ପାର୍ଶ୍ବ ସପୋର୍ଟିଂ ୱାଲ ଭାଙ୍ଗି ଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ବଡ ବଡ ଫାଟ ସୃଷ୍ଟି ହୋଇଛି। ବିନା ଲୁହାରଡରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ହୋଇଥିବା କୁହାଯାଉଛି।

ଅନ୍ୟପଟେ ପ୍ରକଳ୍ପ ନିର୍ମାଣ ପାଇଁ ଲାଗିଥିବା ସୂଚନା ଫଳକରେ କାର୍ଯ୍ୟର ୱାର୍କକୋଡ୍‍, ପ୍ରକଳ୍ପ ଆରମ୍ଭ ଏବଂ ଶେଷ ତାରିଖ ଉଲ୍ଲେଖ ନଥିବା ପଛରେ କିଛି ମନ୍ଦ ଉଦେଶ୍ୟ ରହିଥିବା ମଧ୍ୟ ଅନୁମାନ କରାଯାଉଛି। ସୂଚନା ଅନୁସାରେ, ପ୍ରକଳ୍ପର ୱାର୍କକୋଡ ନମ୍ବର-୨୪୨୬୦୦୨୦୦୬/ଡବ୍ଲ୍ୟୁସି/୧୦୪୫୮୭୮୨ରେ କୌଣସି ମଷ୍ଟରରୋଲ ବାହାରିନଥିବା ବେଳେ ବିନା ଶ୍ରମିକରେ ପ୍ରକଳ୍ପ କାର୍ଯ୍ୟ କାହା ପରାମର୍ଶରେ ଆଗୁଆ କରାଯାଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଥିରୁ ଏହା ପଛରେ ବଡଧରଣର ଦୁର୍ନୀତି ଗନ୍ଧ ବାରି ହୋଇପଡୁଛି। ତୁରନ୍ତ ଏ ଦିଗରେ ବୌଦ୍ଧ ପି.ଡି ଦୃଷ୍ଟିଦେବା ସହ ପ୍ରକଳ୍ପ ଅନିୟମିତତା ଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ଉଠୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories