ପିପିଲି : ପିପିଲି କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଏଥିସହ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।
ପିପିଲି କଲେଜର ଅଧ୍ୟକ୍ଷ ଡ଼ଃ ଭୀମସେନ କରଙ୍କ ଅଧ୍ୟକ୍ଷତାରେ କଲେଜ ପରିସରରେ ମଙ୍ଗଳବାର ଷ୍ଟାଫ୍ କାଉନସିଲର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। କଲେଜର ବାତାବରଣ ଠିକ୍ ନଥିବା ବେଳେ ଚଳିତ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ କରିବାକୁ ଏହି ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିସହ ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି କଲେଜକୁ ଆସନ୍ତା କାଲି ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିବା କଲେଜ ଅଧ୍ୟକ୍ଷ ଡ଼ଃ ଭୀମସେନ କର ସୂଚନା ଦେଇଛନ୍ତି।
ପିପିଲି କଲେଜ ଛାତ୍ରସଂସଦ ନିର୍ବାଚନ ବାତିଲ
Popular Categories



