www.samajalive.in
Monday, December 8, 2025
20.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ପୂଜା ଆରମ୍ଭ

ଆରଡି :  ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ମା ଜୟଦୁର୍ଗାଙ୍କର ମଙ୍ଗଳବାର  ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡଶ ଦିବସୀୟ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ସାରା ପୀଠରେ ଚଳଚଞ୍ଚଳ ହୋଇଉଠିଛ । ବିଶେଷକରି ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମା ଜୟଦୁର୍ଗା ବିଭିନ୍ନ ବେଶରେ ଶ୍ରଦ୍ଧାଳୁଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ପୂଜା ଅବସରରେ ମଣିବାବାଙ୍କ ମନ୍ଦିରର ନୀତିକାନ୍ତି ଅନୁଯାୟୀ ମାଙ୍କ ପୂଜା ମଣ୍ଡପରେ ଭୋର ୪ଟାରେ ମଙ୍ଗଳ ଆଳତୀ, ହଳଦୀପଞ୍ଚାମୃତ ସ୍ନାନ, ଜଳାଭିଷେକ ଆଦି ସରିବା ପରେ ନୂତନବସ୍ତ୍ର, ଅଳଙ୍କାର, ଫୁଲ,ଚନ୍ଦନ ଆଦି ଆଭୁଷିତ କରାଯାଇ ପ୍ରଥମ ଦିନରେ ମାଙ୍କୁ ଗୈାରୀ ବେଶରେ ସଜ୍ଜିତ କରାଯାଇଥିଲା। ପରେ ଘଟସ୍ଥାପନ ନିମନ୍ତେ ଘଣ୍ଟା, କିର୍ତ୍ତନ, ଛତ୍ର ଆଲଟ ଚାମର ଆଦିରେ ଘଟକୁ ଏକ ବିରାଟ ପଟୁଆର ସହ ନଗର ପରିକ୍ରମା କରାଯାଇ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ବ୍ରାହ୍ମଣ ଓ ଗୋସାଇଁଙ୍କ ଦ୍ୱାରା ଘଟ ଉତ୍ତୋଳନ କରାଯାଇଥିଲା। ଦିବା ୧ଟାରେ ବଡନୀତି, ୩ଟାରେ ଚଣ୍ଡିପାଠ, ଦ୍ୱାରପାଳ ପୂଜା, ଗୋ ପୂଜା ଆଦି ସରିବା ପରେ  ସଂଧ୍ୟାରେ ଷୋଡଶ ଉପଚାରରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ରାତ୍ରରେ ଯଜ୍ଞ ଓ ଅନ୍ନନୀତି ଭୋଗ  ଅନୁଷ୍ଠିତ ହେବ ବୋଲି ସେବାକାରୀମାନେ ପ୍ରକାଶ କରିଛନ୍ତି। ପୂର୍ବବର୍ଷ ଭଳି ମାଙ୍କ ପୂଜା ମଣ୍ଡପ ସମେତ ମନ୍ଦିର ବେଢାକୁ ସୁସଜ୍ଜିତ ଆଲୋକମାଳାରେ ସଜ୍ଜିତ କରାଯାଇଥିବା ବେଳେ ତୋରଣ ଆଦି ନିର୍ମାଣ କରାଯାଇଛି।  ପ୍ରଥମ ଦିନରେ ମା ଜୟଦୁର୍ଗା ଗୈାରୀ ବେଶରେ ସଜ୍ଜିତ ହେବା ସହିତ ପ୍ରର୍ଯ୍ୟାୟ କ୍ରମେ ପ୍ରତିଦିନ ବଗଲାମୁଖୀ, ଗାୟତ୍ରୀ,ବିମଳା,ସର୍ବମଙ୍ଗଳା,ପାର୍ବତୀ,ନାରାୟଣୀ,ମହାକାଳୀ,ମହାଲକ୍ଷ୍ମୀ ଆଦି ଷୋଳବେଶରେ ମା ଜୟଦୁର୍ଗା ସଜ୍ଜିତ ହେବେ । ସେହିପରି ସମ୍ପୁଣ୍ଣ ଚଣ୍ଡୀପାଠ ସହିତ ଯଜ୍ଞ, ରୁଦ୍ରାଭିଷେକ, ଅପରାଜିତା ପୂଜା, ସନ୍ଧିପୂଜା ଆଦି ବିଶେଷ  ପୂଜାର୍ଚ୍ଚନା ମାଙ୍କ ପୂଜା ମଣ୍ଡପରେ ଅନୁଷ୍ଠିତ ହେବ। ଦଶହରାଦିନ ମାଙ୍କୁ ମଣ୍ଡାଭୋଗ ଲାଗି କରାଯାଇ କଳସ ବିସର୍ଜନ କରାଯିବ ବୋଲି ପୂଜକ ଓ ସେବାକାରୀମାନେ ପ୍ରକାଶ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories