ମୋହନା: ଗଜପତି ଜିଲା ମୋହନା ବନ ବିଭାଗ କର୍ମଚାରୀଙ୍କ ଦ୍ବାରା ଶୁକ୍ରବାର ଦିନ ବିଳମ୍ବିତ ରାତିରେ ସ୍ଥାନୀୟ ବ୍ଳକ କଲୋନି ସ୍ଥିତ ଏକ ଘର ବାରଣ୍ଡାରେ ସାପ ରହିଥିବାର ଖବର ପାଇ ବନ ବିଭାଗ କର୍ମଚାରୀଙ୍କୁ ଜଣେ ବ୍ୟକ୍ତି ଫୋନ କରି ଜଣାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ। ଯାହାର ଲମ୍ବ ୯ ଫୁଟ ବୋଲି ଜଣାପଡ଼ିଛି। ଉଦ୍ଧାର ପରେ ସାପଟିକୁ ଅଠରନଳା ନିକଟସ୍ଥ ଜଙ୍ଗଲରେ ଛଡାଯାଇଥିବା ଫରେଷ୍ଟର ଦେବାଶିଷ ଶତପଥୀ କହିଛନ୍ତି।
Popular Categories



