www.samajalive.in
Tuesday, December 9, 2025
17.1 C
Bhubaneswar

ଜିଲାସ୍ତରୀୟ ସନ୍ତରଣ ଚୟନ ଶିବିର ଅନୁଷ୍ଠିତ                 

ସମ୍ବଲପୁର: ସମ୍ବଲପୁର ଜିଲା ସନ୍ତରଣ ସଂଘର ଆନୁକୂଲ୍ୟରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତା ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୁନିୟର ଓ ସବ ଜୁନିୟର ବର୍ଗର ବାଳକ ଓ ବାଳିକା ବିଭାଗରେ ଆୟୋଜିତ ଏହି ଶିବିରରେ ୬୦ ଜଣ ପ୍ରତିଯୋଗୀତା ଭାଗ ନେଇଥିଲେ । ଚୟନ ଶିବିରକୁ ବରିଷ୍ଠ ପ୍ରଶିକ୍ଷକ ସୁରେନ୍ଦ୍ର ନାୟକ, ରଙ୍କନିଧି ସେଠ, ସୁବ୍ରତ ସାହୁ, ଲକ୍ଷ୍ମୀ ଚରଣ ମହାକୁର, ଦେବାଶିଷ ବନଛୋର, ରୁଶଭ ସୁନା ପ୍ରମୁଖ ପରିଚାଳନା କରିଥିଲେ । ଶିବିରକୁ ମନୋରଞ୍ଜନ ପାଢ଼ୀ ଉଦଘାଟନ କରିଥିବା ବେଳେ ସଂଘର ସଭାପତି ଅକ୍ଷୟ ପ୍ରଧାନ, ଡ. ବିଜୟ ପ୍ରଧାନ, ରାଜୀବ ବିଶ୍ୱାସ, ସଂଗ୍ରାମ ସାହାଣୀ, ପ୍ରେମ ରଞ୍ଜନ ପ୍ରଧାନ, ଲକ୍ଷ୍ମୀ ଚରଣ ମହାକୁର, ବିଭୁତି ଭୂଷଣ ବାଗ, ପ୍ରଦୀପ ପଣ୍ଡା, ରାମଦାସ ପଣ୍ଡା, ସୁରେଶ ମାଝୀ, ମହମ୍ମଦ ଇସାକ ସନ୍ତରଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଭାଗ ନେଇଥିବା ସନ୍ତରଣବିତ ମାନଙ୍କର ପ୍ରଦର୍ଶନକୁ ଆକଳନ କରାଯାଉଛି ଏବଂ କୃତୀତ୍ୱ ଅର୍ଜନ କରିଥିବା ସନ୍ତରଣକାରୀ ମାନେ ଆଗାମୀ ଦିନରେ ରାଜ୍ୟ ସନ୍ତରଣ ପ୍ରତିଯୋଗୀତାରେ ଭାଗ ନେବେ ବୋଲି ସଂଘର ସମ୍ପାଦକ ସାଲେଗ୍ରାମ ଖୁଣ୍ଟିଆ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories