www.samajalive.in
Monday, December 8, 2025
20.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବିରୋଧରେ ଥାନାରେ ଅଭିଯୋଗ  

ସମ୍ବଲପୁର: ପଶ୍ଚିମ ଓଡିଶାର ସର୍ବପୂରାତନ ସମ୍ବଲପୁରର ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟର ଆଲୁମିନି ଛାତ୍ର ସଂଘ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟର ଉନ୍ନତି ପାଇଁ ଗଚ୍ଛିତ ୬୨ ଲକ୍ଷ ୬୭ ହଜାର ଟଙ୍କାର ପାଣ୍ଠିକୁ ନିୟମ ଉଲ୍ଲଂଘନ କରାଯାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରିବା ପାଇଁ ମହାବିଦ୍ୟାଳୟର ପୂରାତନ ଛାତ୍ର ସଂଘର ସଭାପତି ସତ୍ୟ ନାରାୟଣ ପଣ୍ଡା ଓ ସମ୍ପାଦକ ଦୁର୍ଗା ପାଢ଼ୀ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି । ସଂଘ ପକ୍ଷରୁ ଥାନାରେ ଦିଆଯାଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ମହାବିଦ୍ୟାଳୟର ବିକାଶ ଓ ଛାତ୍ରଛାତ୍ର ମାନଙ୍କର ଉତ୍ତମ ଶିକ୍ଷା ପାଇଁ ଗଚ୍ଛିତ ରଖାଯାଇଥିବା ପାଣ୍ଠି ଉପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ପ୍ର. ସଞ୍ଜୀବ ମିତ୍ତଲ ଦାୟିତ୍ୱ ନେବା ପରଠାରୁ ରଖିଥିଲେ । ସେ ଅନୈତିକ ଉପାୟରେ ନିଜସ୍ୱ ଲାଭ ଉଠାଇବା ପାଇଁ ଏହି ପାଣ୍ଠିକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରିବା ନିମନ୍ତେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଜୟାନନ୍ଦ ବେହେରାଙ୍କୁ ଚାପ ପକାଇ ଆସୁଥିଲେ । କିନ୍ତୁ ସେ ଏହାକୁ ନ ମାନିବାରୁ ଗତ ଏପ୍ରିଲ ୨୦ ତାରିଖରେ କୁଳପତି କ୍ଷମତାର ଦୁରଉପଯୋଗ କରି ମହାବିଦ୍ୟାଳୟରୁ ଅବସର ନେଇଥିବା ପୂର୍ବତନ ଅଧ୍ୟକ୍ଷ ପ୍ର. ଗିରିଜା ଶଙ୍କର ଶର୍ମାଙ୍କୁ ଅସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହିତ ତାଙ୍କୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତ କରିଥିଲେ ।

ଏହା ପରେ ଗତ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ର. ଶର୍ମା ଗତ ୪ ତାରିଖରେ ଆଇନ ମହାବିଦ୍ୟାଳୟର ବ୍ୟାଙ୍କ ଆକାଉଣ୍ଟରୁ ୬୨ ଲକ୍ଷ ୬୭ ହଜାର ଟଙ୍କା ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରିଥିଲେ । ଏହାକୁ ନେଇ ମହାବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ସଂଘ ସମେତ ବିଭିନ୍ନ ଅସନ୍ତୋଷ ପ୍ରକାଶ ପାଇବାରୁ ଗତ ୧୨ ତାରିଖରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ର. ଶର୍ମା ତାଙ୍କର ପଦରୁ ଇସ୍ତାଫା ପ୍ରଦାନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୁରାତନ ଛାତ୍ର ସଂଘ ତରଫରୁ ବିଗତ ଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଟଙ୍କା ଆଇନ ମହାବିଦ୍ୟାଳୟକୁ ଫେରସ୍ତ କରିବା ପାଇଁ ଦାବି କରାଯାଇଥିବା ବେଳେ ତାହା କରାଯାଇ ନାହିଁ । ଏଣୁ ସଂଘ ପକ୍ଷରୁ ମଙ୍ଗଳବାର ଧନୁପାଲି ଥାନାରେ ଅଭିଯୋଗ କରାଯାଇ ଏହି ବେନିୟମ କାର୍ଯ୍ୟରେ ଲିପ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ମିତ୍ତଲ ଓ ସାଥି ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

- Advertisement -

ଏହି ଅବସରରେ ଜିଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ, ଡ. ପ୍ରମୋଦ ରଥ, ବିଜିତେନ୍ଦ୍ରିୟ ପ୍ରଧାନ, ରବି ପୂଜାରୀ, ଚନ୍ଦ୍ରକାନ୍ତ ମହାନ୍ତି, ରାଜୀବ ଶତପଥୀ, ମହେନ୍ଦ୍ର ବଢ଼ାଇ ଙ୍କ ସମେତ ଅନେକ ଆଇନଜୀବୀ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ମାମଲା ସମେତ ବିଭିନ୍ନ ପ୍ରକାରର ମାମଲାରେ କୂଳପତି କାର୍ଯ୍ୟରେ ଯୋଗ ଦେବା ପରଠାରୁ ଛନ୍ଦି ହୋଇ ରହିଛନ୍ତି । ଏଣୁ ତାଙ୍କର କାର୍ଯ୍ୟଶୈଳୀ ଉପରେ ସବୁ ମହଲରୁ ପ୍ରଶ୍ନ ଉଠାଯାଉଛି । ତେବେ ରାତ୍ର ୮ଟା ପର୍ଯ୍ୟନ୍ତ ଖବରଲେଖା ଯିବା ପର୍ଯ୍ୟନ୍ତ ସକାଳୁ ଦିଆଯାଇଥିବା ଅଭିଯୋଗ ପତ୍ର ଆଧାରରେ ଧନୁପାଲି ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ । ଏ ସର୍ମ୍ପକରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଗଙ୍ଗାଧର ବାଟ୍ଟୁଲା କହିଛନ୍ତି ଯେ, ଏଭଳି ଏକ ଅଭିଯୋଗ ଆମକୁ ମିଳିଛି । ଏବେ ପର୍ଯ୍ୟନ୍ତ ପ୍ରାଥମିକ ତଦନ୍ତରେ ସେଭଳି କିଛି ଅପରାଧିକ ମାମଲା ଥିବାର ଭଳି ଜଣାପଡି ନାହିଁ । ତେବେ ଅଭିଯୋଗ ମିଳିଥିବାରୁ ଆମେ ଉଭୟ ପକ୍ଷଙ୍କୁ ଏ ସର୍ମ୍ପକରେ ଆପୋଷ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଅପିଲ କରିଛୁ । ଆମେ ମାମଲା ଉପରେ ନଜର ରଖିଛୁ ବୋଲି ଏସପି ଗଙ୍ଗାଧର କହିଛନ୍ତି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories