ଦେବଗଡ଼ :ଆଜି ପୂର୍ବାହ୍ନରେ ଦେବଗଡ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା -ଅଶନନାଳୀ ରାସ୍ତାରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ପ୍ରାୟ ୯ଟା ୩୦ ମିନିଟ ସମୟରେ ବସାଲଇ ଗ୍ରାମର କୃଷ୍ନଚନ୍ଦ୍ର ଦୀପ (୫୦) ବସାଲଇ ଗ୍ରାମ ସ୍ଥିତ ନିଜ ଘରୁ ଏକ ସାଇକେଲରେ ବଳମ ସାପ୍ତାହୀକ ବଜାରକୁ ଯାଉଥିଲେ। ମାତ୍ର ଅଳ୍ପ ଦୂର ଗଲାପରେ ଭାଲୁମୁଣ୍ଡା -ଅଶନନାଳୀ ରାସ୍ତାରେ ବିପରିତ ଦିଗରୁ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ଫଳରେ କୃଷ୍ନଚନ୍ଦ୍ର ସାଇକେଲ ସହ ରାସ୍ତା ଉପରକୁ ଛିଟିକିପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।



