www.samajalive.in
Monday, December 8, 2025
20.1 C
Bhubaneswar

ଅସହାୟ ବୃଦ୍ଧ ଦମ୍ପତିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଅନ୍ତର୍ଗତ ବାଲିଛଡା ଗ୍ରାମର ଏକ ବୃଦ୍ଧ ଦମ୍ପତିଙ୍କୁ ପ୍ରଶାସନା ସହାୟତାର ହାତ ବଢାଇଥିବା ଜଣାପଡିଛି। ଦମ୍ପତି ଅସହାୟ ହୋଇ ପଡିଥିବାବେଳେ ସ୍ଥାନୀୟ ସମାଜସେବୀଙ୍କ ଉଦ୍ୟମ କ୍ରମେ ପ୍ରସାଶନଙ୍କୁ ଜଣାଇବା ପରେ ପ୍ରସାଶନ ସହାୟତାର ହାତ ବଢ଼ାଇଛନ୍ତି। ସୁଚନା ଯୋଗ୍ୟ ଯେ ଏହି ବ୍ଲକ ଅଧିନରେ ଥିବା ବାଲିଛଡା ଗ୍ରାମର ବୃଦ୍ଧ ଦମ୍ପତି ଶ୍ରୀକାନ୍ତ ଗୁଆ ଏବଂ ତାଙ୍କ ସ୍ତ୍ରୀ ପଦମ ତୋଲା ଗୁଆ ଶାରୀରିକ ଅସୁସ୍ଥତାରେ ଦାର୍ଘ ଦିନ ଧରି ପଡି ରହିଥିଲେ। ତାଙ୍କର କୌଣସି ପିଲାଛୁଆ ନାହିଁ । କିଛିଦିନ ପୁର୍ବରୁ ଶ୍ରାକାନ୍ତଙ୍କୁ ଦେହ ଅସୁସ୍ଥ ହେବାରୁ କଲମପୁର ଡାକ୍ତରଖାନାକୁ ଗାଁର କିଛି ଲୋକ ନେଇଥିଲେ। ପରେପରେ ତାଙ୍କ ସ୍ତ୍ରୀ ପଦମତୋଳା ମଧ୍ୟ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଲମପୁର ଡାକ୍ତର ଚିକିତ୍ସା ପାଇଁ ବାହାରକୁ ନେବାପାଇଁ ପରାମର୍ଶ ଦେଇଥିଲେ। ଚିକିତ୍ସା ପାଇଁ ଅର୍ଥ ବାଧକ ଥିବାରୁ ସେ ବାହାରକୁ ଯାଇପାରି ନ ଥିଲେ। ଧୀରେଧୀରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ବୃଦ୍ଧ ଦମ୍ପତିଙ୍କ ଏଭଳି ଅବସ୍ଥା ସମ୍ପର୍କରେ କିଛି ସମାଜସେବୀ ଜାଣିବାପରେ ସେମାନେ ସୋମବାର ଦିନ କଲମପୁର ବି.ଡି.ଓ ହେମସାଗର ଭୋଇ ଏବଂ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଏସମ୍ପର୍କରେ ଜଣାଇବା ପରେ ସେମାନେ ଅସହାୟ ଦମ୍ପତିଙ୍କ ପାଖରେ ପହଞ୍ଚି ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‍ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବାସହ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠେଇବାପାଇଁ ବ୍ୟବସ୍ଥା କରିଥିଲେ।
ସୂଚନାଯୋଗ୍ୟଯେ, ଏହି ଅସହାୟ ଦମ୍ପତି ଘର ଖଣ୍ଡିଏ ଓ ବାର୍ଦ୍ଧକ୍ୟ ଭତା ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇନଥିବାରୁ ଅସହାୟ ଦମ୍ପତି ପର ଘର ଓଳି ତଳେ ଆଶ୍ରୟ ନେଉଥିଲେ। ବୃଦ୍ଧଙ୍କୁ ପକ୍ଷାଗାତ ରୋଗ ସମେତ ବୃଦ୍ଧା ରକ୍ତହିନତା ରୋଗରେ ଆକ୍ରାନ୍ତ ହେଇଥିବାରୁ ସେମାନଙ୍କୁ ଖାଦ୍ୟର ଆବଶ୍ୟକତା ଥିବା ବେଳେ କେହି ନିଜ ଲୋକ ନଥିବାରୁ ସଠିକ ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇ ଏଭଳି ଅସହାୟ ହୋଇ ପଡିଥିବା ଗ୍ରାମ ବାସୀଙ୍କ ସୁତ୍ରରୁ ପ୍ରକାଶ। ତେଣୁ ତୁରନ୍ତ ଜିଲା ପ୍ରଶାସନ ଏହି ଦମ୍ପତିଙ୍କ ପାଇଁ ଆବଶ୍ୟକିୟ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories